ୟୈସ ହୋପ ଫାଉଣ୍ଡେସନ ପକ୍ଷରୁ ଅସହାୟ ପରିବାରଙ୍କୁ ସହଯୋଗର ହାତ ବଡାଇଲା
ଏପରିକି ଦିନେ ଖାଇଲେ ଆରଦିନକୁ ଉପାସ ରହିବାକୁ ପଡିଲା । ପିଲାମାନେ ଖାଇବାକୁ ଡହଳ ବିକଳ ହୋଇପଡିଲେ । ଶେଷରେ ରବୀନ୍ଦ୍ର ଶେଷରେ ପିଲାଙ୍କ ମୁହଁରେ ହସ ଦେଖିବା ସହିତ ସେମାନଙ୍କୁ ବଞ୍ଚାଇ ରଖିବା ପାଇଁ ମାଗିଯାଚି ଆଣିକି କିଛି କିଛି ଦେଲେ । କେତେଦିନ ରବୀନ୍ଦ୍ର ମାଗିକି ଆଣି ପରିବାର ପୋଷଣ କରିବା ସହଜ କଥା ନୁହେଁ । ରବୀନ୍ଦ୍ରଙ୍କ ବଡଝିଅ ଜଣେ ମେଧାବୀ ଛାତ୍ରୀ ଭାବେ ବେଶ ଅଞ୍ଚଳରେ ବେଶ ଜଣାଶୁଣା ।
ରବୀନ୍ଦ୍ରଙ୍କର ରାଶନ କାର୍ଡ ନଥିବା ବେଳେ ଆଧାର କାର୍ଡ ମଧ୍ୟ ହୋଇ ପାରୁନାହିଁ । ଏହି ଅସହାୟ ପରିବାର କଥା ଖବର ପାଇ ୟୈସ ହୋପ ଫାଇଣ୍ଡସେନ ଅନୁଷ୍ଠାନ ପକ୍ଷରୁ ଉକ୍ତ ପରିବାରଙ୍କୁ ରାଶନ ସାମଗ୍ରୀ, ଶୁଖିଲା ଖାଦ୍ୟ, ନୁଆବସ୍ତ୍ର , ପରିବା ଆଦି ଯୋଗାଇ ଦେବା ସହ ରବୀନ୍ଦ୍ରଙ୍କ ବଡଝିଅ ମେଧାବୀ ଛାତ୍ରୀଙ୍କର ପଢ଼ିବା ଖର୍ଚ୍ଚ ୟେର୍ସ ହୋପ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ରୀନାରାଣୀ ନାୟକ ଘୋଷଣା କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ରଶ୍ମି ରଞ୍ଜନ ମିଶ୍ର, ସ୍ୱେଟି ତମନା ଧଳ, ଚିର ଅନୁଭବ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି