ତିର୍ତ୍ତୋଲ ଉପନିର୍ବାଚନ ନିମନ୍ତେ ଆଜି ରଘୁନାଥପୁର ବ୍ଲକରେ କଂଗ୍ରେସ କର୍ମୀ ସମ୍ମିଳନୀ
ଜଗତସିଂହପୁର -ଜଗତସିଂହପୁର ଜିଲ୍ଲା
ଉପନିର୍ବାଚନ ନିମନ୍ତେ ଆଜି ରଘୁନାଥପୁର ବ୍ଲକରେ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମିଳନୀରେ କଂଗ୍ରସର ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦେଇ ପ୍ରଚାରକୁ ଜୋରଦାର କରିଥିଲେ। ସମ୍ମିଳନୀରେ ଓଡିଶା ପ୍ରଦେଶ କଂଗ୍ରେସ ର ପ୍ରଭାରୀ ଚେଲ୍ଲା କୁମାର ,ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର,ପିସିସି କାର୍ଯକାରୀ ସଭାପତି ତଥା ଜଗତସିଂହପୁର ପୁର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ବାଳ, କୋରାପୁଟ ସାସଂଦ ସପ୍ତଗିରି ଉଲ୍ଲାକା, ନବରଙ୍ଗପୁର ପୂର୍ବତନ ସାସଂଦ ପ୍ରଦୀପ ମାଝି, ପୂର୍ବତନ ମନ୍ତ୍ରି ଗଣେଶ୍ବର ବେହେରା, ପ୍ରବକ୍ତା ଶିବାନନ୍ଦ ରାୟ,ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ଧର୍ମଶାଳା ବିଧାୟକ ସ୍ମୁତି ରେଖା ପହି, ମିଡିଆ ସେଲ୍ ଅଧକ୍ଷ ଅଭିଷେକ ମହାନନ୍ଦ ଯୋଗଦେଇ ତୀର୍ତ୍ତୋଲ ମାଟିରେ କଂଗ୍ରେସ ସତ୍କାର ବେଳେ ସୁତାକଳ କରିଥିଲେ । ତାକୁ ବିଜେଡ଼ି ସରକାର ୨୦ବର୍ଷ ଭିତରେ ମଧ୍ୟ ତାର ପୁନରୁଦ୍ଧାର କରିପାରିନାହିଁ । ତେଣୁ ପ୍ରାଥୀ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ତୀର୍ତ୍ତୋଲବାସୀଙ୍କ ସେବା କରିବାର ସୁଯୋଗ ଦେବାକୁ ଆହ୍ୱାନ ଦେଇଛନ୍ତି।ଏହି ସମ୍ମିଳନୀରେ ସାସଂଦ ପ୍ରାର୍ଥନୀ ପ୍ରତିମା ମଲ୍ଲିକ, ପିସିସି ମିଡିଆ ପ୍ରବକ୍ତା ନାରାୟଣ ପ୍ରସାଦ ଜେନା, ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଯୁବ ସଂଗଠକ ଦେବ ପ୍ରସାଦ ନାୟକ,ଛପଡା ପଞ୍ଚାୟତ ର ରଞ୍ଜିତ ଜେନା, ପ୍ରତାପ ସ୍ଵାଇଁ ଓ ଅନ୍ୟ ସମସ୍ତ ପଞ୍ଚାୟତ ର କଂଗ୍ରେସ କର୍ମକର୍ତ୍ତା, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ କର୍ମକର୍ତ୍ତା, ବିଭିନ୍ନ ମହିଳା ସଂଗଠନ ର କର୍ମକର୍ତ୍ତା,ଛପଡା ପଞ୍ଚାୟତ ମହିଳା SHG ଗ୍ରୁପ ର ସଦସ୍ୟ ମାନେ ସାମିଲ ହୋଇଥିବା ର ଦେଖାଯାଇଥିଲା ।
ଜଗତସିଂହପୁର ରୁ ପ୍ରଳୟ ମହାପାତ୍ର