Breaking News

ମୋ ଫଳ ବଗିଚା ସତ୍ୟବାଦୀରେ ବିଫଳ ; ଆଲେଚନା ଆରମ୍ଭରୁ ହୋ ହଲ୍ଲା


 ସାକ୍ଷୀଗୋପାଳ ------ ରାଜ୍ୟ ସରକାର ଫନି ବାତ୍ୟା ପରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ମୋ ଫଳ ବଗିଚା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏପରିକି ଏହି ଯୋଜନା ଉଦ୍ୟାନ ବିଭାଗ ପରିଚାଳନା କରିବା ପାଇଁ ଦିଆଯାଇଛି । ସତ୍ୟବାଦୀରେ ଏହିଯୋଜନା ସମ୍ପୁର୍ଣ୍ଣ ବିଫଳ ବୋଲି ନଡିଆ ଚାଷୀ ସଂଗଠନ କହନ୍ତି ।  ଉଦ୍ୟାନ ବିଭାଗ ଅଧିକାରୀ ମାନେ ତାଙ୍କ ମନଇଛା କାର୍ଯ୍ୟକ୍ରମ କରୁଥିବା ଲୋକ ପ୍ରତିନିଧି ମାନେ ଅଭିଯୋଗ ଆଣିଛନ୍ତି । ସୁଚନାଯୋଗ୍ୟ ଯେ ମୋ ଫଳ ବଗିଚା ଯୋଜନାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନଡିଆ ଗଛ ଚାରା ରୋପଣ କରିବା ପାଇଁ ଅର୍ଥ ପ୍ରଦାନ କରାଯାଉଛି ।  ଏ ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମରେ ନଡିଆ ଚାରା ଯୋଗାଣରେ ବଡ ଘୋଟଲା ହୋଇଥିବା ସମ୍ପର୍କରେ ଖବର ପ୍ରକାଶିତ ହେବା ସହିତ ଜିଲ୍ଲାପାଳ ନଜର ଦେବାକୁ  ବିଭିନ୍ନ ନଡିଆ ଚାଷୀ ମାନେ ଦାବି କରିଥିଲେ । ଜିଲ୍ଲାପାଳଙ୍କୁ ଖୁସି କରିବା ପାଇଁ କେତେକ ଚାଷୀ ମାନଙ୍କୁ ଡକାଇ ଆଲେଚନା ଚକ୍ର କରି ଏହି ଘଟଣାକୁ ଚପାଇ ଦେବା ପାଇଁ ବିଭିନ୍ନ ପନ୍ଥା ଆପଣେଉଛନ୍ତି ବୋଲି  ନଡିଆ ଚାଷୀ ସଂଗଠନ ମାନେ ଅଭିଯୋଗ ଆଣିଛନ୍ତି । ପ୍ରଥମେ ବଳପୁର ଓ ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତରେ କିଛି ଚାଷୀଙ୍କୁ ଡକାଇ ସମୀକ୍ଷା ବୈଠକ କରିଥିଲେ । ମାତ୍ର ବୈଠକ ଆରମ୍ଭରୁ ନଡିଆ ଚାଷି ଅଭିଯୋଗ ଆଣିଥିଲେ ଯେ ଉଦ୍ୟାନ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ନଡିଆ ଗଛ ଗୁଡିକ ମରି ଯାଇଛି । ସେମାନେ ଏବେ କେଉଁ ଯୋଜନାରେ ଯିବେ ବୋଲି ପ୍ରଶ୍ନ ଉଠାଇଥିଲେ । ମାତ୍ର ଉଦ୍ୟାନ ବିଭାଗର ଅଧିକାରୀ ତାଙ୍କୁ ପଛରେ ନଡିଆ ଗଛ ଦିଆଯିବ ବୋଲି କହିଥିଲେ । ସେହିପରି ରାୟଖଣ୍ଡି ଗ୍ରାମ ପଞ୍ଚାୟତରେ ମୋ ଫଳ ବଗିଚା କିପରି ପରିଚାଳନା କରାଯିବା ସମ୍ପର୍କେ  ଆଲେଚନା ହେବା ମାତ୍ରେ କିଛି ଚାଷୀ ସେମାନେ ଗାତ  କରିଛନ୍ତି ନଡିଆ ଗଛ ପାଇ ନାହାନ୍ତି  । ପାତର ଅନ୍ତର କରାଯାଇ ନଡିଆ ଗଛ ଯୋଗାଣ କରାଯାଇଛି ବୋଲି ନଡିଆ ଚାଷୀ ମାନେ ଅଭିଯୋଗ ଆଣିବା ସହ ବୈଠକରେ ହୋ ହଲ୍ଲା କରିଥିଲେ । ଶେଷରେ ଉଦ୍ୟାନ ବିଭାଗର ଅଧିକାରୀ ବାସୁଦେବ ମହାନ୍ତି ଚାଷୀ ମାନଙ୍କୁ ୧୫ ତାରିଖ ମଧ୍ୟରେ ନଡିଆ ଗଛ ଯୋଗାଣ କରାଯିବ ବୋଲି କହିବା ପରେ ଉତ୍ତେଜିତ ନଡିଆ ଚାଷୀ ମାନେ ଶାନ୍ତ ହୋଇଥିଲେ । ଏଥିରେ ସରପଞ୍ଚ ବାସନ୍ତୀ ବେହେରା, ଜିଆରଏସ ଓ  ସାମାଜସେବୀ ପ୍ରଫୁଲ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ

Blog Archive

Popular Posts