>>
  • ଖୁଣ୍ଟୁଲିପାଲି ଛକ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ର ପ୍ରକଳ୍ପ ଉଦଘାଟନ
  • >>
  • ବର୍ଷାରେ ବେହାଲ ଜଟଣୀ, ନର୍ଦ୍ଦମା ଜଳରେ ଉବୁଟୁବୁ "ସୀତାରାମ ଛକ ; ସହରର ଡ୍ରେନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡିପଡିଛି
  • >>
  • ପୌର ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷଙ୍କ ଅଣଦେଖା ; ପ୍ରତିବାଦରେ ଉପାଧ୍ୟକ୍ଷାଙ୍କ ଧାରଣା : ଧାରଣାର ୪ ଘଣ୍ଟା ପରେ ଧାରଣରୁ ଓହରିଲେ ଉପାଧକ୍ଷା
  • >>
  • ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ
  • >>
  • ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ମେଗା ରକ୍ତଦାନ ଶିବିର - ୧୦୧ ୟୁନିଟ୍ ରକ୍ତ ସଂଗ୍ରହ
  • >>
  • ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଏକ ଦାବିପତ୍ର
  • >>
  • ବେଆଇନ ମଇଁଷି ଚାଲାଣ ; ୧୧ମଇଁଷି ଉଧାର , ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • >>
  • ବିଶ୍ୱ ପର୍ଯ୍ୟାବରଣ ଦିବସରେ ପ୍ଲାଷ୍ଟିକ ପ୍ରଦୂଷଣକୁ ବନ୍ଦ କରିବା ଭାରତୀୟ ରେଳବାଇର ମୁଖ୍ୟ ଲକ୍ଷ
  • >>
  • ଧର୍ମ ପରାୟଣ ମହିଳାଙ୍କ ପରଲୋକ
  • >>
  • ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରାଜ୍ଯ ସୋସିଆଲ ମିଡିଆରେ ସାମିଲ ହେଲେ ସତ୍ୟବାଦୀ ର ଲିପ୍ତି ରଞ୍ଜନ ପ୍ରଧାନ
  • >>
  • ବଣୁଆ ହାତୀଙ୍କ ଉପଦ୍ରବ, ବିରିକୋଟରେ ଘର ଭାଙ୍ଗିଲେ
  • >>
  • ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନେମାହନ ସିଂହଙ୍କ ପରଲୋକ
  • >>
  • ପ୍ରକୃତି ବନ୍ଧୁ ସମ୍ମାନୀତ ଶିକ୍ଷକ ଦ୍ଵିତୀକୃଷ୍ଣ:ଇଣ୍ଟରନେସନାଲ୍ ସୋସିଆଲ ଅନରେବଲ୍ ଆଓ୍ଵାର୍ଡ ସହ ପାଇଲେ ଡକ୍ଟରେଟ ସମ୍ମାନ
  • >>
  • କନ୍ଧମାଳରୁ - ପୁରୀ ଗଞ୍ଜେଇ ଚାଲାଣ ; ଅବକାରୀ ବିଭାଗର ଚଢ଼ାଉ, କାର୍ ସହ ୬୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ
  • >>
  • ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ ଯାଞ୍ଚ
  • ମା ଡୁଘୁରେଇଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ

     


     ସାକ୍ଷୀଗୋପାଳ -------ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଘାସିଭବାନିପୁର ଓ ନରେନ୍ଦ୍ରପୁର ଗ୍ରାମରେ କାହିଁ କେଉଁ କାଳରୁ ମା ଡୁଘୁରେଇ ନାମରେ ପୂଜା ପାଇ ଆସୁଛନ୍ତି । ଏହି ଠାକୁରାଣିଙ୍କୁ ପୁରୀର ଦୁଇଟି ମଠ ସ୍ଥାପନ କରିଥିବାର ଲୋକମୁଖରୁ ଶୁଣିବାକୁ ମିଳେ । ଜନ ମାନସରେ ମାଙ୍କୁ ନେଇ ବହୁ କଥା ରହିଛି । ମା ପତିପଦା କାଠିଯାତ୍ରାରେ ଗ୍ରାମ ପରିକ୍ରମା କରି ଦୂଆରି ଭୋଗ ଖାଇଥାନ୍ତି । ତା ପରଠାରୁ ମାଙ୍କର ଷୋଳପୂଜା ଆରମ୍ଭ ହୋଇଯାଇଥାଏ । ପ୍ରତିଦିନ ସକାଳେ ଦ୍ୱାର ପିଟାହେବା ପରେ ହଳଦୀ, କର୍ପୁର, ଚନ୍ଦନ, ଅଗୁର, ଚୁଆ, ସିନ୍ଦୁର, ଗୋଲାପଜଳ, ଗଙ୍ଗାଜଳ ସହିତ ବିଭିନ୍ନ ସୁଗନ୍ଦିତ ଜଳରେ ମାଜଣା କରାଯାଇଥାଏ । ତା ପରେ ମାଙ୍କର ବେଶ ଅନୁଷ୍ଠିତ ହୋଇଥାଏ । ଧୁପ, ଦୀପ ଓ ଷୋଡସ ଉପଚାରରେ ମାଙ୍କୁ ପୂଜା କରାଯାଇଥାଏ । ମାଙ୍କ ପାଖେ ବାହ୍ମଣ ମାନେ ବାଳଭୋଗ ଭାବେ ଉଖୁଡା, କୋରା, ପାଚିଲା କଦଳୀ. ଚୁଡାଘଷା, ସେଓ, ଅଙ୍ଗୁର, ନଡିଆ, ନଡୁ, କାକୁଡି, ପଇଡ ସହ ବିଭିନ୍ନ ଫଳମୂଳରେ ମାଙ୍କର ବାଳଭୋଗ କରାଯାଇଥାଏ । ଅପରାହ୍ନରେ ବାହ୍ମଣ ମାନଙ୍କ ଦ୍ୱାରା ଶଙ୍ଗୁଡି ଭୋଗ ପ୍ରସ୍ତୁତି କରାଯାଇଥାଏ । ତା ମଧ୍ୟରେ ଖେଚୁଡି, ଡାଲି, ଡାଲାମା, ମାଛ ମେସର, ସାଧା ତରଖାରୀ, ଖଠା, ଖିରି, ପୋଡାମାଛ ବଳି, ଦହିପଖାଳ, ପିଠା , ପଣା ପଇଡ ଭୋଗ ଅର୍ପଣ କରାଯାଇଥାଏ । ଏହା ସହିତ ସାକ୍ଷୀଗୋପିନାଥଙ୍କ ପାଖରୁ ବଡପିଠା ଓ ସରପୁଳି ଅଣାଯାଇ ଶାନ୍ତି ପୂଜା କରାଯାଇଥାଏ ।  ପାଳି ଅନୁଯାୟୀ ଗ୍ରାମବାସୀ ମାନେ ମାଙ୍କ ପାଖେ ସେବା କରିଥାନ୍ତି । କରୋନା ଯୋଗୁ ଏ ବର୍ଷ ସବୁ ଠପ ହୋଇଯାଇଛି । କେବଳ ମାଙ୍କର ପୂଜା ସହିତ ନୀତିକାନ୍ତି କରାଯାଉଛି ବୋଲି ପୂଜକ ସନ୍ତୋଷ କୁମାର ପଣ୍ଡା ଓ ଅରୁଣ କୁମାର ପଣ୍ଡା କହନ୍ତି । ସେହିପରି ବୀରଗୋବନ୍ଦପୁରରେ ମା ଦୁର୍ଗାଦେବୀ ଓ ପୂଜିତ ମା ଦକ୍ଷୀଣକାଳୀ ,  ବୀରରାମଚନ୍ଦ୍ରପୁରରେ ପୂଜା ପାଉଥିବା ମା ମଣିନାଗ ଦୁର୍ଗା, ମହାମୟାସାହିରେ ମହାମାୟା, ଅଳଗୁମରେ ମା ଜାଗୁଳେଇ, ସେବକସାହିରେ ମା ଯାଗେଶ୍ୱରୀ, ମାଳେଶ୍ୱରୀ ବିଭିନ୍ନ  ଗ୍ରାମରେ ପୂଜା ପାଉଥିବା ଠାକୁରାଣୀଙ୍କ ପୀଠରେ ପୂଜା ଅନୁଷ୍ଠିତ ହେଉଛି । dddd


    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

    Blog Archive

    Popular Posts