ଡେଲାଙ୍ଗରେ ଦୁଇ ଜଣ ପଜିଟିଭ୍ ଚିହ୍ନଟ
ଡେଲାଙ୍ଗ ---ଜିଲ୍ଲା ଓ ବ୍ଳକ ଅଞ୍ଚଳରେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା କିଛି ପରିମାଣର କମିବାକୁ ଲାଗିଛି । ଶୁକ୍ରବାର କରୋନା ପଜିଟିଭ୍ ୨ଜଣ ଚିହ୍ନଟ ହୋଇଛନ୍ତି । ଡେଲାଙ୍ଗ ସିଂହବହ୍ମପୁର ଗ୍ରାମର ଜଣେ ଓ ମଝିସାହିର ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି । ଚିହ୍ନଟକାରୀଙ୍କୁ ସରକାରଙ୍କ ନିୟମ ମୁତାବକ ହୋମକ୍ୱାରାଣ୍ଟାଇନିରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଡେଲାଙ୍ଗ ବ୍ଲକରେ ଶୁକ୍ରବାର ସୁଧା ଆକ୍ରାନ୍ତସଂଖ୍ୟା ୩୫୫ ରେ ପହଞ୍ଚି ଥବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଦିଲ୍ଲିପ କୁମାର ପରିଡା ସୁଚନା ଦେଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି