Breaking News

ଘୁ ଉଦୟଗିରି ପୋଲିସ ପକ୍ଷରୁ ଜୁଆଆଡା ଉପରେ ଚଢ଼ାଉ


ଫୁଲବାଣୀ----   ଘୁ ଉଦୟଗିରି ପୋଲିସ ଘୁ ଉଦୟଗିରି ର ବିଭିନ୍ନ ସ୍ଥାନରେ ଜୁଆଆଡା ଚାଲିଥିବା ଖବର ପାଇ ପ୍ରଥମେ ଘୁ  ଉଦୟଗିରି ର ଦିଶା ହୋଟେଲ ଉପରେ ଚଢ଼ାଉ କରିଥିଲେ ।   ଘୁ ଉଦୟଗିରି ଥାନା ପୋଲିସ  ୬ ଜଣ ଜୁଆଡି କୁ ଗିରଫ କରିବା ସହ  ଜୁଆଆଡା ରୁ୧ଲକ୍ଷ ୩୫ ହଜାର ୧୫୦ ଟଙ୍କା ସହ ୫ଟି ମୋବାଇଲ ଫୋନ ସିଜ କରିଥିଲେ ।  ସେହିଭଳି ସେହି ଘୁ ଉଦୟଗିରି ର ଦଣ୍ଡପାଣି ଲଜ ରେ ଚାଲିଥିବା ଜୁଆଆଡା ଉପରେ ପୋଲିସ ଅଚାନକ ଚଡ଼ାଉ କରିଥିଲେ । ସେଠାରୁ ୭ ଜଣ ଜୁଆଡ଼ି କୁ ଗିରଫ କରିବା ସହ ଜୁଆଆଡା ରୁ ୪୦, ୨୦୦ ଟଙ୍କା , ୭ ଟି ମୋବାଇଲ ଫୋନ, ୨ଟି ମୋଟର ସାଇକେଲ ଏବଂ ତାସ ବଣ୍ଡଲ ଜବତ କରିଥିଲେ ।  ଘୁ ଉଦୟଗିରି ଥାନା ପକ୍ଷରୁ ଏ ଏସ ଆଇ  ଏସ ଚନ୍ଦ୍ର ପ୍ରଧାନ ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ବହନ କରି  କେସ ନଂ87/2000 ଗେମଲିଙ୍ଗ ଜନିତ ଦଫା ରୁଜୁ କରି ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରିଥିବା  ଘୁ ଉଦୟଗିରି ଥାନା ଅଧିକାରୀ  ନରେଶ କୁମାର ସାହୁ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । 
ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ରିପୋର୍ଟ

Blog Archive

Popular Posts