ବେଆଇନ ଖଣି ମାଲିକ , ଟ୍ରାକ୍ଟର ଓ ପାୱାରଟିଲର ଡ୍ରାଇଭର ଗିରଫ
ଡେଲାଙ୍ଗ-------ଡେଲାଙ୍ଗ ଥାନା ଅନ୍ତର୍ଗତ ହରିପୁର ଠାରେ ବେଆଇନ ଭାବେ ପଥରଖଣି ଚାଲୁଥିବା ବିଶେଷ ସୁତ୍ରରୁ ଖବର ପାଇ ଡେଲାଙ୍ଗ ଥାନା ଏସଆଇ ଉପେନ୍ଦ୍ର ନାଥ ଦାଶ ସଦଳବଳେ ଚଡାଉ କରିଥିଲେ । ଚଡାଉ ସମୟରେ ଖଣି ମାଲିକ ହରିପୁର ଗ୍ରାମର ବିଜୟ କୁମାର ଚମ୍ପତି(୩୦) ଓ ପି କାଳିଆ ଛତିଶି ଜଟଣୀର ଗିରଫ କରିଛନ୍ତି । ସେହିପରି ପଥର ଅଧା ଲେଡିଂ କରିଥିବା ଏକ ଟ୍ରାକ୍ଟଟର ଡ୍ରାଇଭର ଅଣ୍ଡା ଖୋର୍ଦ୍ଧାର କିଶୋର ରଞ୍ଜନ ବେହେରା (୨୮) ଓ ପଥର କଟାରେ ବ୍ୟବହାର କରାଯାଉଥିବା ଏକ ପାୱାରଟିଲର ଡ୍ରାଇଭର ତିରମଲ୍ଲ ଜଟଣୀର ମହେଶ୍ୱର ବେହେରା( ୨୯)ଙ୍କୁ ପୋଲିସ ଗିରଫ କରିଛି । ଏହା ସହିତ ଗ୍ୟାସ କଟର ଓ ପଥର କଟର ଗୋଟିଏ ଜବତ ମଧ୍ୟ ଡେଲାଙ୍ଗ ପୋଲିସ ଗିରଫ କରିଛି ।ଥାନା କେସନଂ ୧୬୪/୨୦ରେ ଏକ କେସରୁଜ କରି ଖଣି ମାଲିକ ଓ ଦୁଇ ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଆଇ ଶ୍ରୀ ଦାଶଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି