ଗାନ୍ଧୀପୀଠରୁ ଆରମ୍ଭ ସୁଆଣ୍ଡୋ ଗ୍ରାମରେ ଶେଷ
ଡେଲାଙ୍ଗ ---- ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୁଣ୍ୟତ୍ମା ଗୋପବୋନ୍ଧୁଙ୍କ ପବିତ୍ର ଜନ୍ମ ମାସ ଅବସରରେ ମହାମାରୀ କରୋନା ଓ ନିଶା କବଳରୁ ରାଜ୍ୟକୁ ମୁକ୍ତ କରିବା ପାଇଁ ଏକ ଜନସଚେତନତା ଓ ପଦଯାତ୍ରାର ଶୁଭରାମ୍ଭ ହୋଇଯାଇଛି । ଗାନ୍ଧୀ ପ୍ରଗତୀ ପ୍ରତିଷ୍ଠାନ ଡେଲାଙ୍ଗ ପକ୍ଷରୁ ସମାଜସେବୀ ଅନୁପ କୁମାର ପରିଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା ଦଳରେ ମିହିର ରଞ୍ଜନ ମୁଦୁଲି,ଅଜୟ ପ୍ରଧାନ,ମନୋଜ କୁମାର ଜେନା,ମହେଶ୍ୱର ବେହେରା ଓ ଦିଲ୍ଲିପ କୁମାର ରାଉତ ପ୍ରମୁଖ ସାମିଲି ହୋଇ ହାତରେ ପ୍ଲାକାର୍ଡ ଧରି ମଦ ବିରୋଧି ଓ ନିଶାନିବାରଣ ଉପରେ ସ୍ଲୋଗାନ ଦେଇ ବେରବୋଇ ଗାନ୍ଧୀ ପିଠରେ ପହଞ୍ଚିଥିଲେ । ଏହି ପଦଯାତ୍ରା ଦଳକୁ ବେରବୋଇ କସ୍ତୁରବା ସେବା କେନ୍ଦ୍ର ଟ୍ରଷ୍ଟର ମୁଖ୍ୟ ସଂଚାଳିକା କବିତାରାଣୀ ପରିଡା ଓ ଜୟନ୍ତି ବିଶ୍ୱାଳ,ସୁମିତ୍ରା ବେହେରା,ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ,ସନ୍ତୋଷ କୁମାର ପଟ୍ଟନାୟକ,ଦିପକ କୁମାର ମିଶ୍ର,ଚିତ ରଞ୍ଜନ ଜେନା,ରଶ୍ମି ରଞ୍ଜନ ପ୍ରଧାନ ପ୍ରମୁଖ ସ୍ୱାଗତ କରିଥିଲେ । ପଦଯାତ୍ରା ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୃର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପଦଯାତ୍ରାର ଶୁଭରାମ୍ଭ ହୋଇଥିଲା ।ଡେଲାଙ୍ଗ ବ୍ଲକର ୨୧ ଟି ପଞ୍ଚାୟତ ପରିକ୍ରମା କରି ଲୋକଙ୍କ ନିକଟରେ କରୋନା ମହାମାରୀ କବଳରୁ ମୁକ୍ତି ପାଇବା ଏବଂ ନିଶାଠାରୁ ନିଜକୁ ଦୁରେଇ ରଖିବା ନିମନ୍ତେ ସଚେତନତା ବାର୍ତ୍ତା ପହଞ୍ଚାଇବା ଏହି ପଦଯାତ୍ରାର ମୁଳ ଲକ୍ଷ୍ୟ ବୋଲି ଶ୍ରୀ ପରିଡା କହିଛନ୍ତି । ଶେଷରେ ପଣ୍ଡିତ ପୁଣ୍ୟତ୍ମା ଗୋପବନ୍ଧୁଙ୍କ ଜନ୍ମ ପିଠ ସୁଆଣ୍ଡୋ ଠାରେ ପଦଯାତ୍ରା କାର୍ଯ୍ୟକ୍ରମର ଉଦଯାପନ କରାଯିବ ବୋଲି ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତ