ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି ଓ କଂଗ୍ରେସ
ଭୁବନେଶ୍ୱର----- ପୁଣି ଥରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି ଓ କଂଗ୍ରେସ । ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀ ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଥିବା ଅଭିଯୋଗ ହୋଇଛି। ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କ ନାମରେ ହୋଇଚି ଅଭିଯୋଗ। ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ସରକାରୀ ସୁବିଧା ଯୋଗେଇଦେବା ସହ ନିଜ ଲୋକଙ୍କୁ ଲଗାଇ ରାସନ କାର୍ଡ ଓ ଅନ୍ୟାନ୍ୟ ଯୋଜନା ପହଞ୍ଚାଇ ଦେବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି। ଯାହା ନିର୍ବାଚନ କୋଡ଼ ଅଫ କଣ୍ଡକ୍ଟ ଉଲଂଘନ ହେଉଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର
ଅନ୍ୟପଟରେ କଂଗ୍ରେସ ପକ୍ଷରୁ ମଧ୍ୟ ତିର୍ତ୍ତୋଲ ଓ ବାଲେଶ୍ୱରରେ ବିଜେଡି ନିର୍ବାଚନ ପ୍ରଚାରରେ କୋଡ଼ ଅଫ କଣ୍ଡକ୍ଟ ଉଲଂଘନ କରୁଥିବା କଂଗ୍ରେସ ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆଇନଜୀବୀ ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି।
ଧୀରେନ୍ଦ୍ର ସେନାପତି