Breaking News

ତେଇସିପୁର ବ୍ରିଜ୍ ତଳୁ ବୃଦ୍ଧା ମହିଳାଙ୍କ ମୃତ ଦେହ ଉଦ୍ଧାର

 ପିପିଲି-୩୧୬ ନମ୍ବର ଭୁବନେଶ୍ୱର ପୁରୀ ଜାତୀୟ ରାଜପଥର ତେଇସିପୁର ବଜାର ନିକଟ ଦେଇ ଯାଇଥିବା ସଫେଇ ନାଳ ପୋଲ ତଳୁ ଜୈନିକା ବୃଦ୍ଧା ମହିଳାଙ୍କ ଗଳିତ ମୃତ ଦେହକୁ ପିପିଲି ପୁଲିସ ଜବତ କରିଛି । ମିଳିଥିବା ସୁଚନା ମୁତାବକ ଜଣେ ବ୍ୟକ୍ତି ସକାଳୁ ତାଙ୍କ ଜମିକୁ ଯିବା ବାଟରେ ଦେଖିବାକୁ ପାଇଥିଲା ଏକ ଶବ ସଫେଇ ପାଣିରେ ଭାସୁଛି । ଏହି ଖବର ପ୍ରସାରିତ ହେବା ପରେ  ପାଣିରେ ଭାସୁଥିବା ଶବକୁ ଦେଖିବା ପାଇଁ ଆଖପାଖରୁ ଲୋକଙ୍କ ଭିଡ ଜମିଥିଲା । ଖବର ପାଇ ପିପିଲି ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୁଷ୍ଟି ଓ ସାତଶଙ୍ଖ ଫାଣ୍ଡି ଅଧିକାରୀ ବି.ଭି ପ୍ରସାଦ ଦାଶ ଘଟଣା ସ୍ଥଳରେ ପହଞ୍ଚି ଭାସୁଥିବା ଶବକୁ  ସ୍ଥାନିୟ ଲୋକଙ୍କ ସହାୟତାରେ ଜବତ କରିଥିଲେ । ମୃତା ମହିଳା ଜଣକ ନିକଟବର୍ତି ନିର୍ମଲା ଗ୍ରାମର ଆଶା ଖଟେଇ(୭୦) ହୋଇଥିବା ବେଳେ ସେ ଗତ ସୋମବାର ଠାରୁ ନିଖୋଜ ଥିଲେ ବୋଲି ସୁଚନା ମିଳିଛି । ଏନେଇ ପିପିଲି ପୁଲିସ ଏକ ଅପମୃତ୍ୟୁ ମାମଲା ୧୬/୨୦ ରୁଜୁ ହୋଇଥିବା ବେଳେ ମୃତ ଦେହକୁ ବ୍ୟବଛେଦ ପାଇଁ ପୁରୀ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି । 

ପିପିଲିରୁ ବିଜୟ କୁମାର ମହାପାତ୍ର 


Blog Archive

Popular Posts