କରୋନା ଓ ପରିବେଶ ସନ୍ତୁଳନ ପାଇଁ ସଚେତନତା ବାର୍ତ୍ତା
ଡେଲାଙ୍ଗ ----୬୬ତମ ବିଶ୍ୱବନ୍ୟ ପ୍ରାଣୀ ସପ୍ତାହ ପାଳନ ଅବସରରେ ପରିବେଶ କର୍ମୀ ତଥା ଆଇନଜୀବୀ ପରିବେଶ ସନ୍ତୁଳନ ଓ କରୋନା ପାଇଁ ସଚେତନତା ବାର୍ତ୍ତା ପ୍ରଚାର ଆରମ୍ଭ କରିଛନ୍ତି । ଏହି ଅବସରରେ ଗଛ ହସିଲେ ଜଗତ ହସେ ନାମକ ଏକ ପୁସ୍ତକ ରଚନା କରିଛନ୍ତି । ଡେଲାଙ୍ଗ ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ନାୟକ ଜୀବେଦୟା ବାର୍ତ୍ତା ପ୍ରଚାରର ଉଦଯାପନ କରିଥିଲେ । ପରିବେଶ ସନ୍ତୁଳନ, ବନ୍ୟ ପ୍ରାଣୀ ମାନଙ୍କର ସୁରକ୍ଷା,ନୂତନ ଜଙ୍ଗଊ ସୃଷ୍ଟି ହେଲେ ବନ୍ୟ ପ୍ରାଣୀ ମାନେ ଜଙ୍ଗଲ ଛାଡି ଗ୍ରାମଭିମୁଖି ହେବେ ନାହିଁ ବୋଲି ଶ୍ରୀ ପାଢ଼ୀ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ । ଶ୍ରୀ ପାଢ଼ୀଙ୍କର ବୃତ୍ତି ଆଇନଜୀବୀ ହୋଇଥିଲେ ମଧ୍ୟ ଡେଲାଙ୍ଗ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ଗସ୍ତ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ବନ୍ୟ ପ୍ରାଣୀଙ୍କୁ ସୁରକ୍ଷା ଦେବା ଓ ବର୍ତ୍ତମାନ ସମୟରେ କରୋନା ସହିତ ଲଢ଼େଇ କରିବାକୁ ସେ ଆହ୍ୱନ ଦେଇଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ-୧୯ ଆଇନକୁ ସମସ୍ତେ ମାନିବା ପାଇଁ ଶ୍ରୀ ପାଢ଼ୀ ନିବେଦନ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି