Breaking News

ପୂର୍ବତନ ବିଧାୟକ ଗୁରୁପଦ ନନ୍ଦ ଙ୍କ ପରଲୋକ


କଟକ-----ପୂର୍ବତନ ବିଧାୟକ ତଥା ପୂର୍ବତନ କଂଗ୍ରେସ ଦଳର ମୁଖ୍ୟ ସଚେତକ ଓ ପୂର୍ବତନ ପିସିସି ଉପ ସଭାପତି  ଗୁରୁପଦ ନନ୍ଦ ଙ୍କ ଜଗତପୁର ର ଏକ ମେଡିକାଲ ରେ ୭୬ ବର୍ଷ ବୟସରେ  ଦେହାନ୍ତ ହୋଇ ଯାଇଛି । ସ୍ବର୍ଗତ ନନ୍ଦ ରାଉରକେଲା ବିଧାନସଭା ଆସନ ରୁ ୧୯୮୦ ରୁ ୧୯୮୫ ପର୍ଯ୍ୟନ୍ତ ବିଧାୟକ ଥିଲେ। ପୂର୍ବରୁ ଯୁବ କଂଗ୍ରେସ ର ସଭାପତି ଭାବରେ ଦାଇତ୍ୱ ନିର୍ବାହ କରିଥିଲେ।ସେ ଜାନକୀ ବଲଭ ପଟ୍ଟନାୟକ ଙ୍କ ସହ ରାଜନୀତିରେ ଜଡିତ ଥିଲେ।ତାଙ୍କର ନିଜ ଘର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମାରଡା ଗ୍ରାମ କୁ ମରଶରୀରକୁ ଅଣାଯାଇଥିଲା ।ତାଙ୍କର ପରଲୋକ ରେ କଂଗ୍ରେସ ର ପ୍ରାକ୍ତନ ମୁଖପାତ୍ର ଡକ୍ଟର ଗୋବିନ୍ଦ ଭୂୟାଁ, ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା  ଓ ସଦର ବିଧାୟକ ଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ରତ୍ନାକର କରିକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
କଟକ ରୁ ପ୍ରସନ୍ନ କୁମାର ରାୟ ଙ୍କ ରିପୋର୍ଟ

Blog Archive

Popular Posts