ବେଆଇନ ମୋରମ ଚାଲାଣବେଳେ ଜଣେ ଗିରଫ
ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକରେ ବେଆଇନ ମୋରମ ଚାଲାଣ ହେଉଥିବା ଖବର ପାଇ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରୀଆ କୁଆପଦା ଛକରେ ଚଡାଉ କରିଥିଲେ । କୁଆପଦା ଗ୍ରାମର ଜାନକୀ ବଲ୍ଲଭ ହରିଚନ୍ଦନ(୪୧) ବେଆଇନ ଭାବେ ଟ୍ରାକ୍ଟଟରରେ ମୋରମ ନେଉଥିବା ବେଳେ ଅଟକ ରଖିଥଲେ । ସଠିକ କାଗଜ ପତ୍ର ନ ଦେଖାଇବାରୁ ଡେଲାଙ୍ଗ ଥାନା କେସନଂ ୧୬୩/୨୦ରେ ଏକ କେସରୁଜ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଡେଲାଙ୍ଗ ଥାନା ଆଇଆଇସିଙ୍କ ଠାରୁ ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି