ଠିକାଦାର ଙ୍କ ବେଖାତିର ମନୋଭାବ ଯୋଗୁଁ ନିନ୍ନମାନର କାର୍ଯ୍ୟ
କଳାହାଣ୍ଡି-------କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ବ୍ଲକ ନାନ୍ଦୋଳ ଗ୍ରାମ ଠାରେ ନିର୍ମାଣଧୀନ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ନିନ୍ନମମାନର ହେଉଥିବା ନେଇ ଗ୍ରାମବାସି ଅଭିଯୋଗ କରିଛନ୍ତି। ଗ୍ରାମବାସୀ କହିବା ଅନୁସାରେ ସମ୍ପୃକ୍ତ ଠିକାଦାର ବେଖାତିର ଭାବରେ ଜଳପ୍ରକଳ୍ପ ର କାର୍ଯ୍ୟରେ ନିନ୍ନମାନର ଲୁହାରଡ଼, ସିମେଣ୍ଟ,, ପାଇପ, ଓ ଅନ୍ୟାନ୍ୟ ବ୍ୟବହୃତ ସାମଗ୍ରୀ ବ୍ୟବହୃତ କରୂଛନ୍ତି । ସର୍ବସାଧାରଣ ଙ୍କ ଜାଣିବା ନିମନ୍ତେ କାର୍ଯ୍ୟର ଏକ ସୂଚନା ଫଳକ କାମ ପାଖରେ କରାଯିବା କଥା ତାହା ମଧ୍ୟ ଲଗାଯାଇ ଯାଇ ନାହଁ । ଯାହା ଫଳରେ ଲୋକେ ବ୍ୟୟ ଅଟକଳ, କାର୍ଯ୍ୟଆରମ୍ଭ, କାର୍ଯ୍ୟର ଶେଷ ତାରିଖ ବିଷୟରେ ଲୋକେ ଜାଣି ପାରୁ ନାହାନ୍ତି । ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ମୀନକେତନ ସାହୁ ଙ୍କ ଅବଗତ କଲେ ମଧ୍ୟ ଶ୍ରୀ ସାହୁ କର୍ଣପାତ କରୁ ନ ଥିବା ଗ୍ରାମ ବାସି ପ୍ରକାଶ କରିଛନ୍ତି । ଓଭରଲୋଡ଼ ଟାଙ୍କି ନିର୍ମାଣ ସମୟରେ ଶ୍ରମିକ ମାନେ ସେପ୍ଟି ବେଲ୍ଟ, ଓ ହେଲମେଟ ବ୍ୟବହାର ନ କରି ଦୀର୍ଘ ଉଚ୍ଚତା ଉପରେ କାମ କରୁଥିବା ନଜିର ଆସିଛି। ତେଣୁ ଏହି ଜଳପ୍ରକଳ୍ପ କାର୍ଯ୍ୟକୁ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପାଇଁ ଗ୍ରାମବାସି ମାନେ ଦାବି କରିଛନ୍ତି ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ