Breaking News

ଗର୍ଭଣାରେ ଦଶହରା , ପୂର୍ଣ୍ଣମୀ ଉପ ଲକ୍ଷେ ମାଁ ସିଂହାସନ ପାଟଦେବୀ ପୀଠ ରେ ଜୁଗାର ଯାତ୍ରା




ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:- ବରଗଡ଼ଜିଲ୍ଲା ଭେଡେନ ବ୍ଲକ ଗର୍ଭଣା ଗ୍ରାମରେ ଦଶହରା ଉପଲକ୍ଷେ ମାଁ ସିଂହାସନ ପାଟଦେବୀ ପୀଠ ଠାରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଦଶହରା ପୂର୍ଣ୍ଣମୀ ତିଥିରେ ଜୁଗାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଭିଡ- ୧୯ ନିୟମ ଅନୁସାରେ ମାଙ୍କର କେବଳ ନୀତିକାନ୍ତି କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇ ଯାଇଛି।ଦେବୀପୀଠ ରେ ମୁଖ୍ୟ ଝାଙ୍କର କ୍ଷୀର ସିନ୍ଧୁ ଭୋଇଙ୍କ ଦ୍ଵାରା ଧୂପ,ଦୀପ,ଭୋଗ,ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ପୂଜା କମିଟି ସଦସ୍ଯ, କାର୍ଯ୍ୟକାରୀ ସଦସ୍ୟା ଉପସ୍ଥିତିରେ ସମାପନ ହୋଇଯାଇଛି।ଏହି ଅବସରରେ ଅତାବିରା-ଭେଡେନ ଯୁଥ ଏସୋସିଏସନ ପକ୍ଷରୁ, ସଭାପତି ଜେମ୍ସ ରନବିଡା ସମସ୍ତ ସଦସ୍ୟ ମାନଙ୍କୁ ମାକ୍ସ ବଣ୍ଟନ କରିଥିଲେ।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍....

Blog Archive

Popular Posts