Breaking News

ଚାଷୀ ଏବେ ଚିନ୍ତାରେ ଦଶହରା ଗଲା ଧାନ ବିଲରେ ବାହାରିଲା ନାହିଁ


 ସାକ୍ଷୀଗେ।।ପଳ-----ସତ୍ୟବାଦୀରେ ଏବେ ଚିନ୍ତାରେ ଧାନ ଚାଷୀ । ରାଜ୍ୟରୁ ମୌସୁମୀ ବିଦାୟ ନେଇ ସାରିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ମା ପୃଥିବୀକୁ ଆଗମନ ସମୟରେ  ପ୍ରଥା ଅନୁସାରେ ବିଲରେ ଦଶ ପ୍ରକାରର ଧାନ ବାହାରିବାର ପରମ୍ପରା ରହିଛି । ଚାଷୀର କ୍ଷେତରେ ଫସଲ ଲହଡି ମାରୁଥାଏ । ନିଜର ଫସଲ ଦେଖି ଚାଷୀ ପରିବାର ଦଶହରା ପର୍ବକୁ ମାଙ୍କୁ ପୂଜା କରିବା ସହିତ ଆନନ୍ଦ ଉଲ୍ଲାସରେ  ପାଳିଥାଏ । ମାତ୍ର ଏ ବର୍ଷ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ସତ୍ୟବାଦୀ ବ୍ଳକରେ । କାର୍ତ୍ତିକ ମାସ ଆରମ୍ଭ ହେଲା ସତ ବିଲରେ ଧାନ ଫୁଲ ଉଡାଇଲା ନାହିଁ ।  ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତରେ ପ୍ରାୟ ୧୦ ହଜାର ହେକ୍ଟର ଖାଲ, ଡିପ, ଓ ମଧ୍ୟମ କିସମ ଜମିରେ ପୂଜା, ଶାରଳା, ୧୦୧୦, ୧୦୦୯, ମଶୁରୀ, ସମ୍ରାଟ, ୧୦୧୪, ୧୦୩୨ ଆଦି କିସମର ଅଧିକ ଅମଳକ୍ଷମ ଧାନ ଚାଷ କରାଯାଇଥିବା କୃଷି ଅଧିକାରୀଙ୍କ ଠାରୁ ସୁଚନା ମିଳିଛି । ଚାଷ ଡେରି ହେବାର ମୁଖ୍ୟ କାରଣ ଗୋଟିଏ ପଟେ ଠିକ ସମୟରେ ବର୍ଷା ନ ହେବା ଅନ୍ୟ ପକ୍ଷେ କେନାଲରେ ପାଣି ନ ଆସିବା ଯୋଗୁ ଏ ବର୍ଷ ଧାନ ଫସଲ ବିଳମ୍ବ ହୋଇଛି ବୋଲି ସନ୍ତୋଷ ବେହେରା, ରାଜ କିଶୋର ପ୍ରଧାନ, ରାମ ପ୍ରଧାନ, ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଚାଷୀ କହନ୍ତି । ଚାଷୀ ମାନେ କହନ୍ତି ପାଣି ଅଭାବ ଯୋଗୁ ଚାଷ କାର୍ଯ୍ୟ ଡେରି ହେଉଥିବା ବେଳେ ବର୍ଷା ଏତେ ପରିମାଣର ହେଲା ଯେ ଧାନବିଲ ପାଣିରେ ବୁଡିଗଲା । ଯାହା ଫଳରେକି ଚାଷୀ ମାନେ ସଠିକ ସମୟରେ ଧାନରୁଆ ଓ ବେଉଷଣ କରି ପାରିଲେନାହିଁ । ଯାହା ଫଳରେକି ଧାନ ଚାଷ ଏବର୍ଷ ଡେରି ହୋଇଛି ବୋଲି ଚାଷୀ ମାନେ କହନ୍ତି । କେତେକ ଧାନରେ ଥୋଡୁଅ ଆସୁଥିବା ବେଳେ ଅନେକ ବିଲରେ ଥୋଡୁଅ ଆସିନାହିଁ । ସେହିପରି ଡିପ ଜମିରେ ଯେଉଁମାନେ ମଶୁରୀ ଧାନ କରିଛନ୍ତି ସେମାନଙ୍କ ବିଲରେ କାଁ ଭାଁ ଧାନ ଏବେ ଫୁଲ ଉଡାଇବା ଆରମ୍ଭ କରିଥିବାର ଦେଖାଯାଇଛି । ଚାଷୀ ମାନେ ଲଘୁଚାପ ଜନିତ ବର୍ଷା ପାଇଁ ଏବେ ବେଶ ଚିନ୍ତାରେ ରହିଛନ୍ତି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts