ତିର୍ତ୍ତୋଲ ଉପନିର୍ବାଚନ ; ବିଜୁ ଜନତାଦଳର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ
ଜଗତସିଂହପୁର---- ଜଗତସିଂହପୁର ତିର୍ତୋଲ ଉପନିର୍ବାଚନ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଉସ୍ପତା ଦେଖିବାକୁ ମିଳିଛି । ନିର୍ବାଚନ ପରିପ୍ରେକ୍ଷୀରେ ଗତକାଲି ଜଗନ୍ନାଥ ପୁର ପଞ୍ଚାୟତର ବିଜେଡି ଦଳ ପକ୍ଷରୁ ଜଗନ୍ନାଥ ପୁର ଠାରେ ଏକ କ୍ରର୍ମି ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ସଭାର ଆୟୋଜନ ହୋଇଥିଲା ଏଥିରେ ବ୍ଲକ୍ ସଭାପତି ଗଙ୍ଗାଧର ବିଶ୍ବାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ସେହ୍ନାଙ୍ଗିନୀ ଛୁରିଆ , ରାଜ୍ୟ ସଭା ସାଂସଦ ମୁନା ଖାଁ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଜିଲ୍ଲା ସଭାପତି ବିଧାୟକ ପ୍ରସାନ୍ତ ମୁଦୁଲି,ଦଳର ପଯ୍ୟ ବେକ୍ଷକ ପ୍ରକାଶ ତ୍ରିପାଠୀ, ସବିତା ମହାପାତ୍ର, ସରପଞ୍ଚ ସିଲାରାଣୀ ଖଣ୍ଡିଆଳ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ବିଷୟରେ କ୍ରର୍ମୀ ମାନକୁ ବୁଝାଇଥିଲେ । ରାଜ୍ୟର ପ୍ରଗତି ପାଇଁ ତଥା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ଦଳିୟପ୍ରାଥି ଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ କ୍ରର୍ମୀ ମାନକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେକ୍ ରିୟା ,ସତ୍ ଉଲା ,ସମରେଶ ମହାପାତ୍ର ଓ ଅନେକ କ୍ରର୍ମୀ ମାନେ ଏହି ସଭାରେ ଉପସ୍ଥିତ ଥିଲେ। ବିରୋଧୀ ଦଳର ୮.୧୦ ଜଣ ଲୋକ ନବୀନ ପଟ୍ଟନାୟକ ଙ୍କ ନିତି ଆଦର୍ଶ ରେ ଅନୁ ପ୍ରାଣିତହୋଇ ଦଳରେ ଯୋଗଦାନ କରିଥିଲେ ।
ଜଗତସିଂହପୁର ରୁ ପ୍ରଳୟ ମହାପାତ୍ର