ବ୍ରାହ୍ମଣିଗାଁ ବନବିଭାଗ ଜବତକଲା ଶାଳପଟା ; ଦୁଇଜଣ କାଠମାଫିଆ ଗିରାଫ
କନ୍ଧମାଳ------ଦାରିଙ୍ଗବାଡି ବ୍ଳକ ବ୍ରାହ୍ମଣୀଗାଁ ବନବିଭାଗ ଜବତ କଲା ଶାଳପଟା । ଋଷିମାଳ ସଂରକ୍ଷିତ ଜଙ୍ଗଲ ପୁଇଗୁଡା ନିକଟ ଜଗଂଲରେ ଶାଳପଟା କାରବାର ହୋଉଥିବା ଖବର ପାଇ ଚଢାଉ କରିଥିଲା ବନ ଅଧିକାରୀ ଓ ବନବିଭାଗ କର୍ମଚାରୀମାନେ । ଏଥିରେ ସଂପୃକ୍ତ ଦୁଇଜଣ କାଠ ମାଫିଆଙ୍କୁ ଗିରାଫ କରିଛି । ଗିରଫ ଦୁଇଜଣ ହେଲେ ପୁଇଗୁଡା ଗ୍ରାମର ପ୍ରତାପ ପାଇକ ଓ ଦେବାନନ୍ଦ କପଟ ପାତ୍ର । ଏହି ଚଢାଉରେ ବ୍ରାହ୍ମଣୀଗାଁ ବନବିଭାଗ ଅଧିକାରୀ ପ୍ରଦିପ ବେହେରା ସମେତ ବନପାଳ ଜୟନ୍ତ ପ୍ରଧାନ,ପ୍ରଫୁଲ କୁମାର ଚୈଧୁରୀ,ବନରକ୍ଷୀ ଦିପକ ରଞ୍ଜନ ପଟନାୟକ ସମେତ ବନବିଭାଗ କର୍ମଚାରିମାନେ ଉପସ୍ଥିତ ଥିଲେ ।ଏହି ଶାଳପଟାର ଅନୂମାନିକ ମୂଲ୍ୟ ପଚାଶ ହଜାର ଟଙ୍କାରୁ ଉର୍ଦ୍ଧ ହେବବୋଲି ବନବିଭାଗ ଅଧିକାରୀ ପ୍ରଦିପ ବେହେରା ପ୍ରକାଶ କରିଛନ୍ତି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା