ଡେଲାଙ୍ଗ ରେ ଦୁଇ ପଜେଟିଭ୍ ଚିହ୍ନଟ
ଡେଲାଙ୍ଗ ---- ଡେଲାଙ୍ଗରେ ୨ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ଚିହ୍ନଟକାରୀ ଦ୍ୱୟ ହେଲେ ବସନ୍ତପଡା ଓ ଜଗଦଳପୁର ଗ୍ରାମର ବୋଲି ଜଣାପଡିଛି । ସେମାନଙ୍କୁ ସରକାରଙ୍କର ନିୟମ ମୁତାବକ ସ୍ୱଗୃହ ସଂଗରୋଧରେ ରହିବା ପାଇଁ ତାଙ୍କୁ କୁହାଯାଇଛି । ଡେଲାଙ୍ଗ ବ୍ଲକରେ ଏହି ଦୁଇଜଣ ପଜେଟିଭ୍ କୁ ମିଶାଇ ଆଜି ପର୍ଯ୍ୟନ୍ତ ମୋଟ ପଜେଟିଭ୍ ସଂଖ୍ୟା ୩୫୧ରେ ପହଞ୍ଚିଛି । ବ୍ଲକରେ ଆଜି ସୁଧା ମୋଟ ପରିକ୍ଷା ସଂଖ୍ୟା ୬୦୨୦ ରେ ପହଞ୍ଚିଥିବା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଦିଲ୍ଲିପ କୁମାର ପରିଡାଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି