Breaking News

ଦଳିତ ଆଦିବାସୀ ମାଇନରାଟୀ ମହାସଂଘ ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ପାଳିତ


 ପିପିଲି---- ଜାତୀୟ ଦଳିତ ଆଦିବାସୀ ମାଇନରାଟୀ ମହାସଂଘ ର ରାଜ୍ୟ କାର୍ଯ୍ୟାଳୟ ପିପିଲି ଜଗନ୍ନାଥପୁର ଠାରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ କୁନି କୁନି ପିଲା ମାନଙ୍କୁ ଆମ୍ବେଦକରଙ୍କ ଜିବନୀ ସମ୍ପର୍କରେ ପିଲା ମାନଙ୍କୁ ଶିକ୍ଷା ଦିଆଯାଇଥିଲା । ପରେ ପରେ ପିଲାମାନଙ୍କୁ  ପ୍ରସାଦ ସେବନ କରିବା ପାଇଁ  ଦିଆଯାଇଥିଲା । ସଙ୍ଗଠନର ରାଜ୍ୟ ସଭାପତି ବିଜୟ ସେଠି, ରାଜ୍ୟ ସମ୍ପାଦିକା  ସୋନୀଲତା ସେଠି, ନାରୀନେତ୍ରୀ ନିମାପଡାର ସୁଜାତା ଭୋଇ, ଲକ୍ଷ୍ମୀପିୟା ବେହେରା, କଳ୍ପନା ବେହେରା, କଳ୍ପନା ସେଠି, ବଳଙ୍ଗାର ନାରୀନେତ୍ରୀ ପ୍ରଭାତୀ ମଲ୍ଲିକ, ପିପିଲିର ସବିତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

 ବିଜୟ କୁମାର ମହାପାତ୍ର 

Blog Archive

Popular Posts