ଗଞ୍ଜେଇ ରେଡ଼ କରିବାକୁ ଯାଇ ହୋମଗାର୍ଡଙ୍କର ମୃତ୍ୟୁ
ଧରାକୋଟ----ଗଞ୍ଜେଇ ରେଡ଼ କରିବାକୁ ଯାଇ ହୋମଗାର୍ଡଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାଇ ସେପ୍ଟେମ୍ବର ୫ ତାରିଖ ରାତ୍ର ପ୍ରାୟ ଦୁଇଟା ସମୟରେ ମାଲକାନଗିରି ଜିଲ୍ଲାର ଓରକେଲ ଥାନା;ଅଧିକାରୀ ଓ ପୋଲିସ କର୍ମୀ ମାନଙ୍କ ସହ ହୋମଗାର୍ଡ ବନବାସୀ ମହାରଣା ଗଞ୍ଜେଇ ରେଡ଼ କରିବାକୁ ଯାଇଥିଲେ । କିନ୍ତୁ ସେଠାରେ ଗଞ୍ଜେଇ ମାଫିଆ ମାନେ ପୋଲିସ ଉପରେ ମରଣାତ୍ମକ ଅସ୍ତ୍ର ଶସ୍ତ୍ର ଦ୍ୱାରା ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଯାହା ଫଳରେ ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ହୋମଗାର୍ଡ ବନବାସୀ ମହାରଣା ସେଠାରେ ମୃତ୍ୟୁ ବରଣ କରିଥିଲେ । ସ୍ବର୍ଗତ ହୋମଗାର୍ଡ ବନବାସୀ ମହାରଣାଙ୍କ ପ୍ରାର୍ଥବ ଶରୀର ନିଜଗ୍ରାମ ଶେରଗଡ଼ ବ୍ଲକ ଧନୁନ୍ତର ପଞ୍ଚାୟତର ସୁନାନ୍ତର ଗ୍ରାମକୁ ଅଣାଯାଇଥିଲା ।ଗ୍ରାମରେ ଏକ ପ୍ରକାର ଶୋକର ବାତାବରଣ ଖେଳି ଯାଇଥିଲା । ବାନାବାସୀଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗିପଡିଥିବା ବେଳେ ତାଙ୍କର ଅନ୍ତିଷ୍ଟି କ୍ରିୟା ପାଇଁ ପରିବାର ଲୋକଙ୍କୁ ସେରଗଡ଼ ପୋଲିସ ଅଧିକାରୀ 25000 ଟଙ୍କା ଅନୁକମ୍ପା ରାଶି ସାହାଯ୍ୟ କରିଛନ୍ତି ।ଏବଂ ଆଗାମୀ ଦିନରେ ପରିବାରର ଜଣଙ୍କୁ ଚାକିରି ଦେବା ସହ ପଚିଶି ଲକ୍ଷଟଙ୍କାର ସହାୟତା ରାଶି ଦେବା ପାଇଁ ମାଲକାନଗିରି ଏସପି ପ୍ରତିଶୃତି ଦେଇଥିବା ଜଣାପଡିଛି ।
ଧରାକୋଟ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ