ବନ୍ୟା ବିପନ୍ନ ମାନଙ୍କୁ ଆଶ୍ୱସନ ପକ୍ଷରୁ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ
ବରୀ- ଚଳିତ ଭୟଙ୍କର ବନ୍ୟାରେ ବରୀ ଅଞ୍ଚଳର ବିପର୍ଯ୍ୟସ୍ଥ ଲୋକମାନଙ୍କୁ ବରୀ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଶ୍ୱାସନା ତରଫରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବରୀ,ସାହୁପଡା, ଅଲିପୂର୍, ଧାରପୂର ପଞ୍ଚାୟତ ରେ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବାବେଳେ ସାହୁପଡାରେ ଆଶ୍ୱାସନା ପକ୍ଷରୁ ରନ୍ଧାଖାଦ୍ୟ ର ବ୍ୟବସ୍ଥା କରାଯାଇ ଲୋକମାନକୁ ଖାଇବାକୁ ଦିଆଯାଇଛି ।
ଏହି ରିଲିଫ୍ କାର୍ଯ୍ୟ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଆଶ୍ୱାସନା ର ସଭାପତି ସୁବ୍ରତ ଜେନା କହିଛନ୍ତି। ଆଶ୍ୱାସନା ର ସଦସ୍ୟ ରତିକାନ୍ତ ପରିଡ଼ା, ରାକେଶ୍ ପରିଡ଼ା, ଆଲୋକ ପରିଡ଼ା,ଦୀପକ ଭରଦ୍ୱାଜ,ଅସିତ୍ ବେହେରା, ସୁକାନ୍ତ ନାୟକ, ଲକ୍ଷ୍ମୀ କାନ୍ତ ଦାସ ସମେତ ବହୁ ସଦସ୍ୟ ସହଯୋଗ କରିଥିଲେ। ଏହି ସାମାଜିକ ଅନୁଷ୍ଠାନ ବରୀରେ ଶିକ୍ଷା, ସ୍ବାସ୍ଥ୍ୟ , ସାମାଜିକ ସୁଧାର,ଵୃକ୍ଷ ରୋପଣ ଭଳି ସାମାଜିକ ସେବା ରେ କାର୍ଯ୍ୟ କରିବା ସହ ବିଭିନ୍ନ ସମୟରେ ଲୋକଙ୍କ ନିକଟତର ହେବାରେ ପ୍ରମୁଖ ଭୂମିକା ରହିଛି ।
ଯାଜପୁଟ ବରୀରୁ ଦର୍ଶନ ବେହେରା