ବଜରଙ୍ଗ ଦଳ ପକ୍ଷରୁ ତହସିଲ ,ଥାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବିଶୋଧନ
କଟକ---- କଟକ ସଦର ବ୍ଲକ କିଶନନଗର ବଜରଙ୍ଗ ଦଳ ଶାଖା ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାପାଇଁ କିଶନନଗର ତହସିଲ କାର୍ଯ୍ୟାଳୟ, ଥାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆଦି ବିଭିନ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି । ଦଳ ପକ୍ଷରୁ ଯୁବ ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଂଯୋଜକ ଲକ୍ଷ୍ମୀ କାନ୍ତ ତ୍ରିପାଠୀଙ୍କ ସହିତ ଅନ୍ଯମାନେ ପବିତ୍ର ସାହୁ, ସଞ୍ଜୟ ସାହୁ , ଅମୁଲ୍ୟ ଦେବଦାସ, ବିକ୍ରମ ରାଉତ, ସଞ୍ଜୟ ବେହେରା, ସୁର୍ଯ୍ୟ କାନ୍ତ ବେହେରା, ଚନ୍ଦନ ବେହେରା ଆଦି ଉପସ୍ଥିତ ରହି ବିଶୋଧନ କାର୍ଯ୍ୟକ୍ରମକୁ ପରିଚାଳନା ରେ ସହଯୋଗ କରିଥିଲେ ।
କଟକ ରୁ ପ୍ରସନ୍ନ କୁମାର ରାୟ ଙ୍କ ରିପୋର୍ଟ