Breaking News

ମାନସିକ ଅନଗ୍ରସର ଯୁବକଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର


 କଟକ----   କଟକ ଜିଲ୍ଲା  ମାହାଙ୍ଗା ଥାନା ଅଧୀନ  ଭଦ୍ରେଶ୍ବର ଫାଣ୍ଡି ର  ଗୋପାଳପୁର ହରଗୌରୀ ବଜାର ନିକଟ ଝଡ଼େଶ୍ୱରପୁର ଦଳିତ ସାହି ରାସ୍ତା କଡ଼ରୁ ମାନସିକ ଅନଗ୍ରସର  ଯୁବକଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର । ମୃତକ ଯୁବକ ସ୍ଥାନୀୟ  କାଞ୍ଜିଆପଡା ଗାଁ ର ଶତ୍ରୁଘ୍ନ ମଲିକଙ୍କ ପୁତ୍ର  ରଞ୍ଜନ ମଲ୍ଲିକ । ଗତକାଲି ସକାଳୁ ଘରୁ ଆସିବା ପରେ ସେ ଘରକୁ ଫେରିନଥିଲେ । ଆଜି ସକାଳୁ  ଝଡ଼େଶ୍ୱର ପୁର ଦଳିତସାହି ରାସ୍ତା କଡରେ ତଳକୁ ମୁହଁ ମାଡି ପଡ଼ିଥିବା ଲୋକେ ଦେଖି ମଦ ଖାଇ କିଏ ପଡିଛି ବୋଲି ଅଣଦେଖା କରି ନିକଟସ୍ଥ ଫାଣ୍ଡିକୁ ଖବର ଦେଇଥିଲେ।  କିନ୍ତୁ ଖବର ଦେବାର ଦୁଇତିନି ଘଣ୍ଟା ପର୍ଯ୍ୟନ୍ତ ପୋଲିସ ନ ଆସିବାରୁ ସ୍ଥାନୀୟ କିଛି ଲୋକେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । ମରିଯାଇଥିବା ଦେଖିବାକୁ ପାଇ ତାଙ୍କ ପରିବାର କୁ ଖବର ଦେଇଥିଲେ ।  ପରିବାର ଲୋକ ସେଠାରେ ପହଂଚି ମୃତଦେହକୁ ଏକ ଟ୍ରଲି ସାହାଯ୍ୟରେ ଘରକୁ ନେଇଯାଇଥିଲେ ।ପରେ ପୋଲିସ କୁ ଲୋକେ  ଖବର ଦେବାରୁ ପୋଲିସ ମୃତକଙ୍କ ଘରକୁ ଯାଇ ଏକ ମାମଲା ୠଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛ।   ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ ତପନ ନାୟକ କହିଛନ୍ତି।  ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି  ଜନସାଧାରଣରେ ଦାବୀ ହୋଇଛି।

କଟକ ରୁ ପ୍ରସନ୍ନ କୁମାର ରାୟ ଙ୍କ ରିପୋର୍ଟ

Blog Archive

Popular Posts