Breaking News

ସ୍ୱାଧୀନ ସେବା ସଂସ୍ଥାନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରିଲିଫ୍ ପ୍ରଦାନ


 ଡେଲାଙ୍ଗ ---- ଡେଲାଙ୍ଗ ବ୍ଲକର କଲ୍ୟାଣପୁର,ମୁନିଦା ,ଘନିପୁର ଓ ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତର ବନ୍ୟା ବିପନ୍ନ , ଅସହାୟ ପରିବାରଙ୍କୁ ସ୍ୱାଧୀନ ସେବା ସଂସ୍ଥାନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରିଲିଫ୍ ପ୍ରଦାନ କରାଯାଇଛି । ଏହି ସଂସ୍ଥାର ମୁଖ୍ୟ ଶଶି ଶେଖର ରାୟ ନେତୃତ୍ୱରେ ସଦସ୍ୟ ବିଶ୍ୱଜିତ ପାଢି ପ୍ରମୁଖ ବନ୍ୟା ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ଘନିପୁର ପଞ୍ଚାୟତର ବିତିପୁର ଓ ଯୋରକଣି ଗ୍ରାମକୁ ଲୋକମାନଙ୍କ ଶୈାଚ ବ୍ୟାବସ୍ଥା ପାଇଁ ଏକ ଡଙ୍ଗା ଯୋଗାଇ ଦେଇଥିଲେ ।ସେହିପରି ତିନି ତାରିଖରୁ ଆଜି ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମ ଯଥା-ବେଲପଡା,ଆଦିବାସୀ ସାହି, ମୁନିଦା,ବଡ ଆଙ୍କୁଲା,ସାନ ଆଙ୍କୁଲା,ଡେଲାଙ୍ଗ କୋଠବାଡ ମିସୁଲିମ ବସ୍ତି,ରାଢୁଅ ଭଟ୍ଟ ସାହି,କଲ୍ୟାଣପୁର ଦଳିତ ସାହି, ଡାକପଡା,ଗଜପାଟଣା,ବରକେରା ଦଳିତସାହି ଆଦି ପ୍ରଭୁତି ଅଞ୍ଚଳରେ ବନ୍ୟା ବିପନ୍ନଙ୍କୁ  ଚୁଡା,ଗୁଡ,ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ବୋଲି ଶ୍ରୀ ପାଢ଼ିଙ୍କ ଠାରୁ ସୁଚନା ମିଳିଛି ।ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ୱାଧୀନ ସେବା ସଂସ୍ଥାନ ଚାରି ଟେବୁଲ ଟ୍ରଷ୍ଟର ଏଭଳି ଜନ ହିତକର କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବି ଓ ଜନସାଧାରଣରେ ବେଶ  ଉଚ୍ଚ ପ୍ରଶଂସାର ପାତ୍ର ହୋଇ ପାରିଛି ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

 

Blog Archive

Popular Posts