Breaking News

ରିଲିଫ ବଣ୍ଟନରେ ପାତର ଅନ୍ତରକୁ ନେଇ ପିପିଲି ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ


 ପିପିଲି ---- ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ନିରୁପମା ପାତ୍ରଙ୍କ ନେତୃତ୍ୱରେ ପିପିଲି ବ୍ଳକର ହାଟସାହି ଗ୍ରାମ ପଞ୍ଚାୟତର ୬ନଂ ୱାର୍ଡର ଭୋଇଗୁଣ ସାହିର ମହିଳା ପୁରୁଷ ମାନେ ରିଲିଫ ବଣ୍ଟନରେ ପାତର ଅନ୍ତର କୁ ନେଇ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । କୋଭିଡ-୧୯ ଆଇନ ଅନୁଯାୟୀ ମାସ୍କ ଲଗାଇ ମହିଳା ମାନେ ନାରାବାଜି ଦେଇଥିଲେ । ଶେଷରେ ପିପିଲି ତହସିଲଦାର ସପନ କୁମାର ନନ୍ଦ ଆନ୍ଦୋଳନକାରୀଙ୍କ ସହିତ ଆଲେଚନା କରି ସେମାନଙ୍କ ଠାରୁ ଦାବି ପତ୍ର ଗ୍ରହଣ କରିଥିଲେ । ରାଜ୍ୟ ସରକାରଙ୍କ ଗାଇଡି ଲାଇନ ଅନୁଯାୟୀ  ତଦନ୍ତ କରାଯିବ,  ରିଲିଫ ପାଇବା ପାଇଁ ଯଦି ଯୋଗ୍ୟ ହୁଅନ୍ତି ତେବେ ରିଲିଫ ଦିଆଯିବ ବୋଲି ତହସିଲଦାର ଶ୍ରୀ ନନ୍ଦ କହିବା ପରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନରୁ ଓହରିଥିଲେ । 
 

ପିପିଲିରୁ ବିଜୟ କୁମାର ମହାପାତ୍ର 

Blog Archive

Popular Posts