ଡେଲାଙ୍ଗରେ ୧୫ ଜଣ କରୋନା ପଜିଟିଭି ଚିହ୍ନଟ
ଡେଲାଙ୍ଗ ---- ଡେଲାଙ୍ଗ ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତରୁ ୧୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ସୁଚନା ମୁତାବକ କରୋନା ଯୋଦ୍ଧା ୨ଜଣ ଆଙ୍କୋଇ ଗ୍ରାମର ପୁଲିସ କର୍ମଚାରୀ ହୋଇଥିବା ବେଳେ ଦେଏପୁର ଶସାନର ୫ଜଣ,ଝାରପଡା ରୁ ଜଣେ,ଡେଲାଙ୍ଗ ରୁ୨ଜଣ,ବସନ୍ତପଡା ରୁ ଜଣେ,ଜମୁନା ରୁ ଜଣେ,ଶରଧାପୁର ରୁ ଜଣେ ,ପଞ୍ଚୁପଲ୍ଲା ରୁ ଜଣେ ,ପିଢପାଟଣା ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ହୋମ କ୍ୱାରାଣ୍ଟାଇନିର ରହିବାକୁ ମେଡିକାଲ ପକ୍ଷରୁ ପରାମର୍ଶ ଦିଆଯାଇଛି ବୋଲି ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏମ ଦିଲ୍ଲିପ କୁମାର ପରିଡାଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି