ବାଙ୍କୋଇ ଆର.ଆଈ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସାଧାରଣରେ ଅସନ୍ତୁଷ୍ଟ
ଖୋର୍ଦ୍ଧା ----ପ୍ରଶାସନିକ ସେବାକୁ ସହଜରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।ଏଥି ପାଇଁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି ମୋ ସରକାର। ମାତ୍ର କେତେକ ଅସାଧୁ ସରକାରୀ ବାବୁଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହି ଯୋଜନା ସମ୍ପୂର୍ଣ ଦିଗ ହରା ହେବାକୁ ବସିଲାଣି । ଏହାର ଏକ ନମୁନା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ତହସିଲ ଅଧିନ ବାଁଙ୍କୋଇ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ । ଏଠାରେ ନିଯୁକ୍ତ ରାଜସ୍ୱ ନିରୀକ୍ଷକ ଅବନୀ ବରାଡ଼ ସାଧାରଣ କାମ ପାଇଁ ଅର୍ଥ ଦାବି କରୁଥିବା ଅଭିଯୋଗ ହେଉଛି ।ଏପରିକି ଲିଗାଲ ହାୟର, ଜାତିଗତ,ଅର୍ଥନୈତିକ ପ୍ରମାଣପତ୍ର ତଦନ୍ତ ପାଇଁ ମଧ୍ୟ ହାତଗୁଂଜା ନ ଦେଲେ ଫାଇଲ ଟେବୁଲରୁ ଘୁଞ୍ଚୁନାହିଁ ।ଜମି କିସମ ପରିବର୍ତନ ଅଥବା ବିକ୍ରିପତ୍ର ଦାଖଲ ଖାରଜ କାମ ପଡିଗଲେ ବାବୁଙ୍କ ଡିମାଣ୍ଡ କାହିଁରୁ କେତେ । ସ୍ଥାନୀୟ ବାସିନ୍ଦା ଗୋପୀନାଥ ବଳିଆରସିଂ କୁହନ୍ତି ଘର ପୋଡି ଯାଇଥିବା ରିପୋର୍ଟ ମିଳିଥିଲେ ସରକାରୀ ସୁବିଧା ପାଇ ପାରି ଥାନ୍ତି ।ହେଲେ ରାଜସ୍ୱ ନିରୀକ୍ଷକ ବିନା ହାତ ଗୁଂଜା ରେ କିଛି କରିବେନି ବୋଲି ରୋକ ଠୋକ ଶୁଣାଇ ଦେଲେ । ତେବେ କେବଳ ଗୋପୀନାଥ ନୁହନ୍ତି ବରଂ ସ୍ଥାନୀୟ ଅଞ୍ଚଳରେ ଏନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି ।ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଜନସାଧାରଣ ରେ ଦାବି ହୋଉଛି ।
ଖୋର୍ଦ୍ଧା ରୁ ପ୍ରଭାତ କୁମାର ମିଶ୍ର