Breaking News

ଡରି ପଳେଇଲେ ଲୁଟେରା ଦଳ...


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲାରେ ଚୋରୀ,ଡକାୟତି ଠାରୁ ଆରମ୍ଭକରି ଲୁଟ ମାର୍ ଭଳି ଛୋଟ ମୋଟ ଘଟଣା ମାନ  ଘଟି ଚାଲିଛି ।  ସି ସି କ୍ୟାମେରା ସାମ୍ନା ତଥା ରାଜରାସ୍ତା ଉପରୁ ମର୍କ୍ୟୁରି  ଲାଇଟ୍ତ ତଳୁ ଚୋରୀ ହେଉଛି । ଏବେ ପୁଣି ଏଟିଏମ୍ ଲକ୍ଷ ରଖିଥିଲେ ଲୁଟେରା ମାନେ। ହେଲେ ଭାଗ୍ୟ ବଶତଃ ଫେଲ ମାରି ଗଲେ ଲୁଟେରା ମାନେ । ବିଳମ୍ବିତ ରାତିରେ ଲୁଟେରା ମାନେ ଗୋଡ଼ଭଗା ସ୍ଥିତ ଲହଣ୍ଡା ରାସ୍ତାରେ ଥିବା ଞଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ୍ ଭିତରକୁ ପ୍ରବେଶ କରି ପ୍ରଥମେ ସିସି କ୍ୟାମେରାରେ  ଅଠା ବୋଲି ଦେଇଥିଲେ।ଏହା ପରେ ଏଟିଏମ୍ କୁ କାଟିବା ଉଦ୍ୟମ କରୁଥିଲେ ହେଲେ କିଛି ଲୋକ ସେହି ରାସ୍ତା ଦେଇ ଯାଉଥିବା ସମୟରେ ଏହି ଲୁଟେରା ମାନଙ୍କ ଉପରେ ସେମାନଙ୍କର ନଜର ପଡିଥିଲା। ସେମାନେ ପରିଶ୍ରା କରିବା ବାହାନାରେ କିଛି ସମୟ ଛିଡା ହୋଇ ରହିବାରୁ ଲୁଟେରା ମାନେ ଆଉ କିଛି କରି ନପାରି ପଳେଇଥିଲେ । ଏଟିଏମ୍ ରେ ସିକ୍ୟୁରୀଟି ଗାର୍ଡ ରାହୁନଥିବା ଏଟିଏମ୍ ଉପରେ ଏବେ ଲୁଟେରା ମାନଙ୍କ ନଜର ବୋଲି ଲୋକମାନେ କହନ୍ତି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍....

Blog Archive

Popular Posts