Breaking News

ସନ୍ତରା ସାଇ ମନ୍ଦିରରେ ଭଣ୍ଡବାବାଙ୍କ ଆଳତୀ ନେଇ ଉତେଜନା ବାବାଙ୍କ ୩ ଅନୁଗାମି ଗିରଫ : ମନ୍ଦିର ସିଲ୍ କଲା ପ୍ରଶାସନ


 କୁଜଙ୍ଗ---- ବାରିମୂଳ ଭଣ୍ଡ ସାରଥି ବାବାଙ୍କ କଳାକାରନାମା ଘଟଣା ଜନମାନସରୁ ଲିଭି ନଥିଲାବେଳେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ସନ୍ତରା ସିରିଡି ସାଇ ମନ୍ଦିରରେ ଏହିଭଳି ଆତ୍ମଘୋଷିତ ଭଣ୍ଡବାବାଙ୍କ ପୂଜାର୍ଚ୍ଚନା ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ଯେ କୁଜଙ୍ଗ ତହସିଲ ଅନ୍ତର୍ଗତ କୃଷ୍ଣଚନ୍ଦ୍ର ମୌଜାର ପ୍ଲଟ ନଂ. ୨୮୨ ଏ୧.୪୪ଡି.  ଗ୍ରାମ୍ୟ ଜଙ୍ଗଲ କିସମରେ ୧୯୯୯ ମହାବାତ୍ୟା ପରେ ପରେ କେତେକ ସାଇ ପ୍ରେମୀଙ୍କ ମିଳିତ ଉଦ୍ୟମରେ ଏକ ଛୋଟ ମନ୍ଦିର ସ୍ଥାପନ କରାଯାଇଥିଲା । ପରେ ପରେ ବାବାଙ୍କର ଏକ ଭବ୍ୟ ମନ୍ଦିର ତିଆରି କରାଯାଇ ପୂଜାର୍ଚ୍ଚନା କରାଗଲା ।

ଯାହାଫଳରେ ହଜାର ହଜାର ଶ୍ରଦ୍ଧାଳୁ ସାଇପ୍ରେମୀ ଭକ୍ତମାନଙ୍କ ଗହଳି ଲାଗିଲା । କରୋନା କଟକଣା ଯୋଗୁଁ ଏହି ମନ୍ଦିରରେ ଭକ୍ତ ଜିବା ଆସିବା ବନ୍ଦ ରହିଥିଲା । ଏହାର ସୁଯୋଗ ନେଇ ସାଇମନ୍ଦିରର ମୁଖ୍ୟ ପରିଚାଳକ ପ୍ରଶାନ୍ତ କୁମାର ସାମନ୍ତରାୟ (ନିଖି) ଆତ୍ମ ଘୋଷିତ ହଂସନାଥ ବାବା ଓ ତାଙ୍କର ତିନିଜଣ ଅନୁଗାମୀ ଭଣ୍ଡବାବାଙ୍କୁ ଆଣି ଏଠାରେ ରଖି ଦୁଇମାସ ହେବ ରଖିଥଲେ ।  ସାଇବାବାଙ୍କର ପୂଜାର୍ଚ୍ଚନା ବଦଳରେ ଏହି ଆତ୍ମଘୋଷିତ ଭଣ୍ଡବାବାଙ୍କର ପୂଜାର୍ଚ୍ଚନା କରାଯାଉଥିଲା । କେତେକ ମନ୍ଦ ଉଦ୍ଦ୍ୟେଶ ରଖି ଏହି ଭଣ୍ଡ ବାବା ନିଜକୁ ଜଣେ ଭଗବାନଙ୍କ ଅବତାର ବୋଲି କହି ସାରଥିବାବାଙ୍କ ଭଳି ତୁଳସୀ ମାଳ ବେକରେ ପକାଇ ଜୀବନ୍ତ ମଣିଷ ପୂଜା ଅର୍ଚ୍ଚନା କରାଯାଉଥିଲା । ଯାହାକୁ  ନେଇ ସାଇପ୍ରେମୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।  ଶେଷରେ ଏହି ଅସନ୍ତୋଷ ଏବେ ଉଗ୍ର ରୂପ ଧାରଣ କରି ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି ।  ଖବର ପାଇ କୁଜଙ୍ଗ ଥାନା ଅଧିକାରୀ ପାରୋହ ଟୁଡୁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଆତ୍ମଘୋଷିତ ବାବାଙ୍କୁ କୁଜଙ୍ଗ ଥାନାକୁ ଧରିକି ଆଣିବା ସହ ପଚାରାଉଚାରା କରୁଛନ୍ତି । ବାବାମାନଙ୍କୁ ଦେଖିବାକୁ କୁଜଙ୍ଗ ଥାନା ସମ୍ମୁଖରେ ବହୁ ଜନଗହଳି ହୋଇଥିଲା । ଅପରପକ୍ଷେ ଘଟଣା ସ୍ଥଳରେ କୁଜଙ୍ଗ ତହସିଲଦାର ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶୀନିଙ୍କ ନିର୍ଦ୍ଦେଶରେ ରାଜସ୍ୱ ନିରୀକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀ ପହଞ୍ଚିି ମନ୍ଦିରକୁ ତାଲା ପକାଇଥିବା ସହ ମନ୍ଦିରର ପରିଚାଳକ ଆବଶ୍ୟକୀୟ ତଥ୍ୟ ପ୍ରମାଣ ଧରି ତହସିଲଦାରଙ୍କୁ ସାକ୍ଷାତ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଗ୍ରାମବାସୀ ସୁଦର୍ଶନ ମଲ୍ଲ, ମକର ଦାସ, ରୋଜି ପରିଜା, ସଂଜୟ ପ୍ରଧାନ, ସୁକାନ୍ତ ପରିଡା, ପପୁନି ସାମଲ, ଶିକ୍ଷେତ୍ର ପରିଜା, ମନୋରଂଜନ ସ୍ୱାଇଁ, ଖଗେଶ୍ୱର ସାହୁ ପ୍ରମୁଖ ଉକ୍ତ ମନ୍ଦିରରେ ସିରିଡି ସାଇ ବାବାଙ୍କ ରିତିନୀତି ଅନୁସାରେ ଏଠାରେ ପୂଜାର୍ଚ୍ଚନା କରାଯିବା ସଂଗେ ସଂଗେ ଗ୍ରାମବାସୀ ତଥା ସାଇଭକ୍ତଙ୍କୁ ନେଇ ଏକ ପରିଚାଳନା କମିଟି ଗଠନ କରିବାକୁ ଦାବୀ କରିଛନ୍ତି । ସାଇ ମନ୍ଦିରର ମୁଖ୍ୟ ପରିଚାଳକ ଏଭଳି ପରିସ୍ଥିତି ଦେଖି କେଉଁଆଡେ ଫେରାର୍ ଥିବା ଜଣାପଡିଛି । ଏ ସମ୍ପର୍କରେ ଆମର ପ୍ରତିନିଧି ତାଙ୍କ ମତାମତ ଲୋଡିବା ନେଇ ଯୋଗାଯୋଗ କରିବାରୁ ତାଙ୍କର ଯୋଗାଯୋଗ ହୋଇପାରିନାହିଁ । ଏହି ଭଣ୍ଡ ବାବାଙ୍କୁ ଏଠାରେ କାହିଁକି ଆଶ୍ରୟ ଦିଆଯାଇଥିଲା । ଏହା ପଛରେ କଣ ରହସ୍ୟ ରହିଛି ପୋଲିସ ଏବେ ଛିନ୍ନଭିନ୍ନ ଆରମ୍ଭ କରିଥିବା ଜଣାପଡିଛି । 

ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts