Breaking News

କେନାଲ ସଫେଇ ସହ ତଳ ମୁଣ୍ଡରେ ପାଣି ପହଞ୍ଚାଇବାକୁ ଜଳ ସମ୍ପଦ ବିଭାଗର ଉଦ୍ଦ୍ୟମ ଜାରି

 ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକରେ ଚଳିତ ଖରିଫ ଚାଷ ପାଇଁ ପାଣିର ଘୋର ଅଭାବ ଦେଖାଯାଇଛି । ଏପରିକି ଆଜିର ଦିନରେ ଯେଁଉ ପରିମାଣର ବର୍ଷା ହେବା କଥା ତାହା ହୋଇ ନାହିଁ । ଯାହାକି ସତ୍ୟବାଦୀରେ ଖରିଫ ଚାଷ ପଛୁଆ ହୋଇଛି । ଏହାକୁ ନଜର କରି ସତ୍ୟବାଦୀ ଜଳ ସମ୍ପଦ ବିଭାଗ ପକ୍ଷରୁ ଆରମ୍ଭ ହୋଇ ଯାଇଛି ଉଦ୍ଦ୍ୟମ । ବିଭିନ୍ନ କେନାଲ ଗୁଡିକ ସଫେଇ କରାଯାଉଛି । ଯେପରିକି ଚାଷୀ ମାନଙ୍କ ବିଲରେ ପାଣି ପହଞ୍ଚି ପାରିବ ସେ ନେଇ ଆରମ୍ଭ ହୋଇଛି କେନାଲ ସଫେଇ ।ବିଶେଷ କରି ବୁଧଙ୍ଗ କେନାଲରୁ ବାହାରିଥିବା ବଡହାଟ ମାଇନର, ଅଳସା ମାଇନର, ନରେନ୍ଦ୍ରପୁର ମାଇନର , ଘାସିଭବାନୀପୁର ମାଇନର, ଚାରିଭାୟାପଡା ମାଇନର  ଗୁଡିକ ସଫେଇ କରାଯାଉଛି । ରାଜ୍ୟରେ କରୋନା ସମୟରେ ଲୋକଙ୍କୁ କାମ ଯୋଗାଇ ଦେଉଥିବାରୁ ବିଭାଗୀୟ ଭାରପ୍ରାପ୍ତ ନିର୍ବାହୀଯନ୍ତ୍ରୀ ଶଶୀଭୂଷଣ ମିଶ୍ରଙ୍କୁ ସ୍ଥାନୀୟ ଲୋକମାନେ ଓ ଚାଷୀ ମାନେ ସାଧୁୁବାଦ ଜଣାଇଛନ୍ତି । ରଘୁନାଥ ସ୍ୱାଇଁ ସତ୍ୟବାଦୀ ଜଳ ସମ୍ପଦ ବିଭାଗର ଉପ ନିର୍ବାହୀ ଯନ୍ତ୍ରୀ ଓ ମୃତ୍ୟୁଞ୍ଜୟ ଦାଶ ସହକାରୀ ଯନ୍ତ୍ରୀ ଏପରିକି ତୁରନ୍ତ କାର୍ଯ୍ୟ ଶେଷ କରି ମାଇନର କେନାଲରେ ପାଣି ଯେପରି ତଳ ମୁଣ୍ଡରେ ପହଞ୍ଚି ପାରିବ ସେ ନେଇ ଅହରହ ଉଦ୍ଦ୍ୟମ ଜାରି ରଖିଛନ୍ତି । ସଫେଇ କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ଜଳ ସମ୍ପଦ ବିଭାଗର ସମସ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts