Breaking News

ହିନ୍ଦୁ ମୁସୁଲିମ ଦଙ୍ଗାରେ ସରପଞ୍ଚ ଗିରିଫ

 ଡେଲାଙ୍ଗ ----- ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡିଆ ବଜାର ବା ଜଳ ସମ୍ପଦ ଆଇବି ଛକ ରେ ୨୦୧୭ରେ ହିନ୍ଦୁ ଓ ମୁସୁଲିମ ଗୋଷ୍ଠୀଙ୍କ ମଧ୍ୟରେ ଦଙ୍ଗା ହୋଇଥିଲା । ଏଥିରେ ବୋମା ମାଡ ସହ ବହୁ ଦେକାନ ପୋଡି ସହ ମଟର ସାଇକେଲ ପୋଡି ହଣା କଟା ହୋଇଥିଲା । ସେତେବେଳେ ଡେଲାଙ୍ଗ ଥାନାରେ ଥିବା ଅଧିକାରୀ ଦେବାଶିଷ ମିଶଙ୍କ ଅଭିଯୋଗ କ୍ରମେ ୫୮/ ୧୭ରେ ଏକ କେସରୁଜ କରାଯାଇଥିଲା । ସେହି କେସରେ ଅଭିଯୁକ୍ତ ଘନିପୁର ସରପଞ୍ଚ ଲକ୍ଷ୍ମୀଧର ବେହେରାଙ୍କୁ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଓ ଡେଲାଙ୍ଗ ହାଟ ପାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ ସଦଳବଳେ ଚଡାଉ କରି ଅଭିଯୁକ୍ତ ଶ୍ରୀ ବେହେରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts