Breaking News

ବିଜୟନିଙ୍କର ଡାକ୍ତର ହେବାର ଇଛା

 ବରୀ----ଚଳିତ ବର୍ଷ ଦଶମ ପରିକ୍ଷାରେ ବରୀ ବ୍ଲକ ଅନ୍ତର୍ଗତ ଶଙ୍ଖାରିଗଡା ସ୍ଥିତ ନବଭାରତୀ ବିଦ୍ୟାଭବନର  ନୂଆଗାଁର ଛାତ୍ରୀ ବିଜୟନି ପାଢି ୫୨୨ ନମ୍ବର ରଖି ବିଦ୍ୟାଳୟର ଗୈାରବ ଆଣିଛନ୍ତି । ଏହି ବ୍ଲକ ଅଧିନ ବାଇଁଶିରିଆ ପଞ୍ଚାୟତ ଇଛାପୁର ଗ୍ରାମର ସ୍ୱର୍ଗତ ବାମନ ଚନ୍ଦ୍ର ପାଢିଙ୍କ ପୈାତ୍ରି ତଥା ଶିକ୍ଷକ ସନ୍ତୋଷ କୁମାର ପାଢିଙ୍କ କନ୍ୟା ଅଟେ । ଦିନକୁ ୧୦ ରୁ୧୨ ଘଣ୍ଟା ପରିଶ୍ରମ କରି ସେ ଏହି ସଫଳତା ପାଇଥିବା ପ୍ରକାଶ କରିଛନ୍ତି ।  ଏହି ସଫଳତାର ଶେୟ ପାଇ ସେ ନିଜ ପରିବାର ତଥା ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ  ପ୍ରଦାନ କରିଛନ୍ତି । ଭବିଷତରେ ସେ ଜଣେ ଡାକ୍ତର ହୋଇ ସମାଜ ସେବା କରିବାର ଇଛା ବୋଲି  କହିଛନ୍ତି ।
 ଯାଜପୁର ବରୀ- ଦର୍ଶନ ବେହେରା

Blog Archive

Popular Posts