Breaking News

ଖରସ୍ରୋତା ନଦୀରେ କୁମ୍ଭିର ଆତଙ୍କ


ବରୀ--- ଯାଜପୁର ଜିଲ୍ଲା ବରୀ ବ୍ଲକ ଭଁଅରା ପଞ୍ଚାୟତର ରାଇପୁର ଘାଟଛନ୍ଦା ନିକଟ ଖରସ୍ରୋତା ନଦିରେ କୁମ୍ଭିର ଆତଙ୍କ ଦେଖାଦେଇଛି । ଆଜି ସକାଳୁ ନଦୀକୂଳିଆ ଲୋକମାନେ ଛନ୍ଦା ନିକଟରେ ଏକ କୁମ୍ଭୀର ଭାସୁଥିବା ଦେଖିବାକୁ ପାଇଥିଲେ । ଏଥି ସହ ଏକ କୁଡାକୁ କୁମ୍ଭୀର ଖାଉଥିବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଉକ୍ତ ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବାରୁ ବରୀ ଓ ବିଂଝାରପୁର ବନ ବିଭାଗ ଅଧିକାରି ଅନୁପମା ସାହୁ କୁମ୍ଭୀର ଭାସୁଥିବା ଛନ୍ଦା ନିକଟକୁ ଆସି ଅନୁଧ୍ୟନ କରିବା ସହ ଲୋକମାନଙ୍କୁ ନଦୀକୁ  ଗାଧୋଇ ନ ଯିବା ପାଇଁ ବାରଣ କରିଛନ୍ତି । ସେହି ଭଳି ଭାବରେ ଅନ୍ୟ କୈାଣସି ସ୍ଥାନରେ ଭାସୁଥିବାର ନଜରକୁ ଆସିଲେ ଖବର ଦେବାକୁ ଅନୁରୋଧ କରିଛନ୍ତି । ବନ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଗଭିର ନଦୀକୁ କୁମ୍ଭୀରକୁ ଘୋଡେଇ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।
 ଯାଜପୁର ବରୀ- ଦର୍ଶନ ବେହେରା

Blog Archive

Popular Posts