ମନ୍ଦିର , ମଣ୍ଡପ, ବିଦ୍ୟାଳୟ ସହିତ ଯୁବକସଂଘ ଓ କୋଠଘର ବିଶୋଧନ କଲେ ଯୁବଗୋଷ୍ଠୀ
ସାକ୍ଷୀଗୋପାଳ ---- ରାଜ୍ୟରେ ମହାମାରୀ କରୋନା କମିବାର ନାଁ ଧରୁନାହିଁ । ସେ ତାର କାୟାବିସ୍ତାର କରି ଚାଲିଛି । ଲୋକମାନେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କାହାକୁ କେତେବେଳେ ସେ ଆକ୍ରାନ୍ତ କରିବ ତାହା କେହି କହି ପାରିବେ ନାହିଁ । ବିଶେଷ କରି ସାଧାରଣ ଲୋକ ମାନଙ୍କର ଚଳପ୍ରଚଳ କରୁଥିବା ଦେକାନ ଗୁଡିକ ସାନିଟାଇଜେସନ କରାଯାଇଛି । ବିଶେଷ କରି ଗବକୁଣ୍ଡ ବଜାର ,ସୁଆଁଲେ. ପରଜାପଡା ଗ୍ରାମ ଓ ବିଦ୍ୟାଳୟ ଗୁଡିକ ପୁଣ୍ୟ ଉତ୍କଳ ଓ ଯୁବକ ସଂଘ ପକ୍ଷରୁ ନିରଞ୍ଜନ ବାରିକଙ୍କ ସହଯୋଗରେ ସାନିଟାଇଜେସନ କରାଯାଇଛି ।