କରୋନା ଯୋଗୁ ସତ୍ୟବାଦୀରେ ଗହ୍ମାପୂ୍ର୍ଣ୍ଣମୀ ପର୍ବ ଫିକା ପଡିଲା ; ନଡିଆ ଲଢେଇ ବନ୍ଦ
ସାକ୍ଷୀଗୋପାଳ -----ରାଜ୍ୟରେ କରୋନା ଯୋଗୁ ଗହ୍ମାପୂ୍ର୍ଣ୍ଣମୀ ପର୍ବ ପିକା ପଡିଯାଇଛି । ପ୍ରତି ବର୍ଷ ଗହ୍ମା ପୂର୍ଣ୍ଣମୀ ଅବସରରେ ସାକ୍ଷୀଗୋପାଳ ମନ୍ଦିର ଦୋଳବେଦୀ ଛକ, ବସଷ୍ଟାଣ୍ଡ, ବନପୁର, ଅଳଗୁମ, କାଦୁଆ, ପଟ୍ଟନାୟିକିଆ, ହରିଆବୁଢ଼ା ମନ୍ଦିର, ବରାଳ ମନ୍ଦିର , ବଳପୁର, ଆନନ୍ଦପୁର, ସାରଙ୍ଗଯୋଡି, ଗବକୁଣ୍ଡ, କେତିକିପାଟଣା ଓ ଭିଁପୁର ଆଦି ବିଭିନ୍ନ ଗ୍ରାମ ବଜାର ଛକରେ ନଡିଆ ଲଢେଇ ପ୍ରତିଯୋଗିତା ହୋଇଥାଏ । ଏ ବର୍ଷ ରାଜ୍ୟରେ କରୋନା ଯୋଗୁ ରାଜ୍ୟ ସରକାର କୋଭିଡ--୧୯ଆଇନ ଲାଗୁ କରିଛନ୍ତି । ସଭା ସମିତି ବା ମେଳଣ , ଯାତ୍ରା ଉପରେ ରୋକ ଲଗାଯାଇଛି । ଏହାକୁ ଲକ୍ଷ୍ୟ କରି ସତ୍ୟବାଦୀରେ ଗହ୍ମାପୂର୍ଣ୍ଣମୀ ପର୍ବ ସମ୍ପର୍ଣ୍ଣ ଫିକା ପଡି ଯାଇଛି । ଏଥି ନିମନ୍ତେ ଯୁବକ ମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ପ୍ରକାଶ ପାଇନଥିବା ଦେଖିବାକୁ ମିଳିଥିଲା । ନଡିଆ ଲଡେଇ ସତ୍ୟବାଦୀରେ ସମ୍ପର୍ଣ୍ଣ ବନ୍ଦ ହୋଇ ରହିଥିଲା । ସାକ୍ଷୀଗୋପାଳରୁଧୀରେନ୍ଦ୍ର ସେନାପତି