ସାକ୍ଷୀଗୋପାଳ ମନ୍ଦିରରେ ସପ୍ତପୁରୀ ପର୍ବ ପାଳିତ
ସାକ୍ଷୀଗୋପାଳ -----ସାକ୍ଷୀଗୋପାଳ ମନ୍ଦିରରେ ପ୍ରତିଦିନ ଭଳି ଠାକୁରଙ୍କ ନୀତିକାନ୍ତି କରାଯାଇଥିଲା । ଦ୍ୱୀପହର ଧୂପ ସମୟରେ ସପ୍ତପୁରୀ ବେଢ଼ା, ଉପଚାର, ଆଳତୀ ଓ ନୂତନବସ୍ତ୍ର ପରିଧାନ ପରେ ରୋଷ ସେବାୟତ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସପ୍ତପୁରୀକୁ ପୂଜାପଣ୍ଡା ଭୋଗ ଲାଗି କରିଥିଲେ । ନଡିଆ , ବୁଟଡାଲି, ଗୁଡ ଓ ଗୋଲମରିଚ, କର୍ପୁର ଆଦି ପକାଯାଇ ସପ୍ତପୁରୀ ପ୍ରସ୍ତୁତି କରାଯାଇଥାଏ । ସେହିପରି ଘରେ ଘରେ ମଧ୍ୟ ସପ୍ତପୁରୀ ତିଆରି କରାଯାଇଥିବା ବେଳେ କେତେକ ବଜାରରୁ ବିକ୍ରୟ କରାଯାଇଥିବା ସପ୍ତପୁରୀ କିଣି ଆଣି ପୂଜା କରିଥିବାର ଦେଖାଯାଇଥିଲା । କେତେକ ଯାଗାରେ ନଡିଆ, ବୁଟଡାଲି, ଚିନି, ଗୁଡ , ମସଳା ପକାଯାଇ ପ୍ରସ୍ତୁତି କରାଯାଇଥିବା ସପ୍ତପୁରୀ କୁ ସାକର ମଧ୍ୟରେ ପୁରାଯାଇ ତାହା ବିକ୍ରୟ କରାଯାଇଥାଏ । ଏହାକୁ ଗାଁ ଗଣ୍ଡାରେ ଲୋକମାନେ ଠାକୁରଙ୍କ ପାଖରେ ଭୋଗ କରିବା ପରେ ନିଜ ନିଜ ମଧ୍ୟରେ ଖାଇ ସପ୍ତପୁରୀ ଭାବରେ ପରିଚିତ ହୋଇ ବନ୍ଧୁ ଭାବରେ ରହିଥାନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି