Breaking News

ବ୍ରଜବଧଂ ଓ ଲକ୍ଷ୍ମୀପିୟାଙ୍କର ତୁତୀୟ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳନ

ସାକ୍ଷୀଗୋପାଳ -------କଥାରେ ଅଛି ମୃତ୍ୟୁ କେତେବେଳେ କେଉଁ ସମୟରେ ଆସିବ ତାହା କେହି କହିପାରିବେ ନାହିଁ ଠିକ ସେହିପରି ସାକ୍ଷୀଗୋପାଳ ସେବାୟତ ତଥା ବ୍ରଜବଧଂ ଖୁଣ୍ଠିଆଙ୍କର ମୃତ୍ୟୁ ଘଟିବା ପରେ ପରେ ତାଙ୍କର ସହ ଧର୍ମଣୀ ଲକ୍ଷ୍ମୀପିୟା ଖୁଣ୍ଠିଆଙ୍କର ମୃତ୍ୟୁ ଘଟିଥିଲା । ଯାହାକି ସେ ସମୟରେ ଏହି ଦୁଇ ଜଣଙ୍କୁ ଦେଖିବାପାଇଁ ଗହଳି ଲାଗିଯାଇଥିଲା । ସତ୍ୟବାଦୀ ଅଞ୍ଚଳରେ ଏହା ଆଲେଚନାର ବିସୟ ହୋଇପଡିଥିଲା । ଦଶରୁ ପନ୍ଦର ମିନିଟି ମଧ୍ୟରେ ଗୋଟିଏ ଘରୁ ଏକ ସଙ୍ଗେ ଦୁଇଟି ଶବ ବାହାରିଥିଲା । ସେଠାରେ ଉପସ୍ଥିତ ଥିବା ଦେଖାଣାହାରୀଙ୍କ ଆଖିରେ ଲୋତକ ରହିନଥିଲା । ଦୁଇଜଣ ଯାକ ମିଷ୍ଟଭାଷୀ ମେଳାପୀ ତଥା ପରୋପକାରୀ ଓ ଠାକୁରଭକ୍ତ ଥିଲେ । ଚାହୁଁ ଚାହୁଁ ତିନି ବର୍ଷ ହୋଇଗଲା । ଆଜିବି ସେହି ଦୁଇ ଜଣଙ୍କ ହସ ହସ ମୁହଁ ଆଖି ଆଗରେ ନାଚି ଯାଉଛି । ସତରେ ସେ ଯେମେତି କିଛି କହୁଛନ୍ତି । ତାଙ୍କର ଆଜି ସାକ୍ଷୀଗୋପାଳ ସ୍ଥିତ ସେବକସାହି ନିଜସ୍ୱ ବାସଭବନରେ ତୁତୀୟ ଶ୍ରାଦ୍ଧବାଷିକ ପାଳନ କରାଯାଉଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts