Breaking News

ଅଳ୍ପକେ ବତ୍ତିଲେ ମହିଳା ; ନଦୀରେ ବୁଡି ଯାଉଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ବରୀ--ଆଜି ଅପରାହ୍ନରେ ଚିଙ୍ଗୁଡିଆ ନାଳରେ ବୁଡି ଯାଉଥିବା ଜଣେ ମହିଳାଙ୍କୁ ଜଣେ ଯୁବକ ଉଦ୍ଧାର କରିଛନ୍ତି ।  ବରୀ ବ୍ଲକ ରତଳାଙ୍ଗ ପଞ୍ଚାୟତ ବାଳୁଙ୍ଗା ପାଟିଆ ପୋଲ ନିକଟରେ  ଜଣେ ମହିଳା ଭାସିଯାଉଥିଲେ । ଏହି ଖବର ପ୍ରଚାର ହେବା ପରେ ସେଠାରେ ଶହଶହ ଲୋକମାନେ ରୁଣ୍ଡ  ହୋଇଥିଲେ ମଧ୍ୟ କେହି ସାହାସ କରି ନଦୀକୁ ପଶ ିନଥିଲେ । ଏହି ସମୟରେ ଭଁଅରା ପଞ୍ଚାୟତ ଭୁରୁଙ୍ଗା ଗ୍ରାମର ଭମର ମଲ୍ଲିକ (୩୩) ସାହାସ  କରି ନଦୀକୁ ଡେଇଁଁ ମହିଳାଙ୍କୁ ଉଦ୍ଦାର କରିଥିଲେ । ଉଦ୍ଧାର ହୋଇଥିବା ମହିଳା ଜଣଙ୍କ ଉଦୟନାଥ ପୁର ଗ୍ରାମର ସୀତାରାଣୀ ଦାଶ (୬୨) ବୋଲି ଜଣାପଡିଛି । ତେବେ କେଉଁ କାରଣରୁ ମହିଳା ଜଣଙ୍କ ନଦୀରେ ବୁଡି ଗଲେ ତାହା ଜଣାପଡି  ନାହିଁ । ତାଙ୍କୁ ତୁରନ୍ତ ରାମଚନ୍ଦ୍ରପୁର ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେ ସୁସ୍ଥ ଥିବା ମେଡିକାଲ ସୂତ୍ରରୁ ଜଣାପଡିଛି । ଉଦ୍ଧାର କରିଥିବା ସାହସୀ ଯୁବକକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଶୁଭେଛା ସୁଅ ଛୁଟିଛି । ସରକାରଙ୍କ ତରଫରୁ ସାହାସିକତା ପୁରଷ୍କାର ଦେବା ପାଇଁ ବୃଦ୍ଧି ଜିବି ମହଲରୁ ଦାବି କରାଯାଇଛି ।
 ଯାଜପୁର ବରୀ- ଦର୍ଶନ ବେହେରା

Blog Archive

Popular Posts