Breaking News

ଦେଶି ଓ ବିଦେଶି ମଦ ଜବତ ; ଜଣେ ଗିରଫ

 ଡେଲାଙ୍ଗ ----ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଫାଣ୍ଡି ଅନ୍ତର୍ଗତ ଜମୁନା ଝାରପଡା ଗ୍ରାମରେ ଡେଲାଙ୍ଗ ପୋଲିସ ଅଚାନକ ଚଡାଉ କରି ଦେଶି ଓ ବିଦେଶି ମଦ ଜବତ କରିବା ସହିତ ଜଣକୁ ଗିରଫ କରିଛନ୍ତି । ବିଶେଷ ସୁତ୍ରରୁ ଖବର ପାଇ  ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ଜମୁନା ଝାରପଡା ଗ୍ରାମରେ ଚଢାଉ କରିଥିଲେ । ବୈରାଗୀ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରେ ପୋଲିସ ଚଡାଉ କରି ସେଠାରୁ ୧୩ଲିଟର ୯୪୦ ମିଲି ଦେଶି ଓ ବିଦେଶି ମଦ ଜବତ କରିବା ସହିତ ବୈରାଗୀଙ୍କୁ ଗିରଫ କରିଛନ୍ତି । ତାଙ୍କ ନାମରେ ଥାନାରେ ଏକ କେଶ୍ ନମ୍ବର ୧୧୯/୨୦ରେ ଏକ ମକଦ୍ଦମା ରୁଜୁ କରାଯାଇଛି । ତାଙ୍କୁ କୋର୍ଟ ଚାଳଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୁଚନା ଦେଇଛନ୍ତି ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts