୭୪ତମ ସ୍ବାଧୀନତା ଦିବସ ପାଳିତ: ଉଠିଲା ତ୍ରିରଙ୍ଗା
ଓଡ଼ଗାଁ:କୁରାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦଣ୍ଡୋର ଠାରେ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି।ଜାତୀୟ ସଙ୍ଗୀତ ଗାଇ ଏବଂ ସାମାଜିକ ଦୂରତା ରକ୍ଷାକରି ଏହି ଜାତୀୟ ଉତ୍ସବ ହର୍ଷ ମୁଖର ହୋଇ ପାଳନ କରାଯାଇଛି।
ଆଜାଦ ହିନ୍ଦ୍ ଫୌଜରେ ଯୋଗଦେଇ ଭାରତ ମାଟିକୁ ସ୍ୱାଧୀନତା ଆଣିବା ପାଇଁ ସଂଗ୍ରାମ ରତ ଥିଲେ ସ୍ବର୍ଗତ ଅରକ୍ଷିତ ବେହେରା। ତାଙ୍କର ସୁପୁତ୍ର ଭିକ୍ଷାକାରୀ ବେହେରା ପତାକା ଉତ୍ତୋଳନ ଉତ୍ସବରେ ଉପସ୍ଥିତ ରହି ସଂଗ୍ରାମୀ ପିତାଙ୍କ ସ୍ମୃତି ଚାଳନା କରି ସ୍ବର୍ଗତ ଅରକ୍ଷିତ ବେହେରା ଗାଁ ରେ ବିଗତ ଦିନ ମାନଙ୍କରେ ସମସ୍ତଙ୍କୁ ଏକାଠି କରି କିଭଳି ସ୍ୱାଧୀନତା ଦିବସ ପାଳନ କରୁଥିଲେ ତାହା ସଂକ୍ଷିପ୍ତ ଭାବରେ ଆଲୋଚନା କରିଥିଲେ।
ଶ୍ରୀଯୁକ୍ତ ବଟକୃଷ୍ଣ ପଣ୍ଡା ପତାକା ଉତ୍ତୋଳନ କରିଥିଲେ।
ସ୍ୱାଧୀନତା ଦିବସ ପାଳନରେ ଶିକ୍ଷିତ ଯୁବକ ଗୋଷ୍ଠି, ଶିକ୍ଷକ, ଅଧ୍ୟାପକ ସମସ୍ତେ ଏକ ସ୍ୱରରେ ଅତ୍ୟାଧୁନିକ ବୁର୍ଜୁଆ ଗୋଷ୍ଠୀ ପ୍ରତି ବିରୋଧଭାଷ ସଦୃଶ ଜଣେ ସାଧାରଣ କୃଷକ ତଥା ଦୈନନ୍ଦିନ ଶ୍ରମିକ ଶ୍ରୀଯୁକ୍ତ ବଟକୃଷ୍ଣ ପଣ୍ଡାଙ୍କ କରକମଳରେ ପତାକା ଉତ୍ତୋଳନକୁ ସ୍ୱାଗତ କରିଥିଲେ। ଜଣେ ଉଚ୍ଚ ଶିକ୍ଷିତ, ଉଚ୍ଚ ପଦାଧିକାରୀ କିମ୍ୱା ଶ୍ରେଷ୍ଠ ବ୍ୟକ୍ତି ହିଁ ପତାକା ଉତ୍ତୋଳନ କରିବ ତାହାର କିଛି ମାନେ ନାହିଁ। ଭାରତର ସ୍ୱାଧୀନତା ସଂଗ୍ରାମରେ ଶ୍ରମିକ ଓ କୃଷକ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କୃଷକ ଓ ଶ୍ରମିକ ମାନଙ୍କ ପାଇଁ ଏହା ଏକ ଦୃଷ୍ଟାନ୍ତମୂଳକ ସମ୍ମାନ ବୋଧ ବୋଲି ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।
ଶିକ୍ଷକ ବନ୍ଧୁ ପଣ୍ଡିତ ଭରତ ସହାଣୀ ସ୍ବାଧୀନତାର ମୂଲ୍ୟବୋଧ ଉପରେ ସାମାଜିକ ଦୂରତା ରାକ୍ଷକରିଥିବା ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ।ଗାଁ ରେ ଯୁବଗୋଷ୍ଠୀର ଗଠନ ମୂଳକ କାର୍ଯ୍ୟ ଗୁଡିକୁ ପ୍ରଶଂସାରେ ଶତମୁଖର କରାଇ ଆଗକୁ ଏଭଳି ମହାନ କାର୍ଯ୍ୟରେ ବ୍ରତୀ ରହିବା ପାଇଁ ଉପଦେଶ ଦେଇଥିଲେ।
ଦଣ୍ଡୋର ଗାଁ ର କୁନି ପ୍ରତିଭା ମିକୁ ମିଶ୍ର ସଂକ୍ଷିପ୍ତ ଅଭିଭାଷଣ ପ୍ରଦାନ କରି ସମସ୍ତଙ୍କ ଦୃଷ୍ଟିର କେନ୍ଦ୍ରବିନ୍ଦୁ ପଲଟିଥିଲେ।
ଦଣ୍ଡୋର ଅଙ୍ଗନବାଡି କେନ୍ଦ୍ର ଠାରେ ଡକ୍ଟର ଅଧିବାସ ପଣ୍ଡା ପତାକା ଉତ୍ତୋଳନ କରିଥିଲେ।ଏହାକୁ ଅଙ୍ଗନବାଡି କର୍ମୀ ଏବଂ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବୃନ୍ଦାବନ ରାଉତ ପରିଚାଳନା କରିଥିଲେ।
ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ