ଝିଲିମିଣ୍ଡାରେ ଅସହାୟଙ୍କୁ ସହାୟ ହୋଇ ବୁଣାକାର ସଂଘ ପାଳିଲେ ୭୪ତମ ସ୍ୱାଧୀନତା ଦିବସ
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ଅନନ୍ୟ ପ୍ରୟାସରେ ବୁଣାକାର ଯୁବା ସଂଘ ପକ୍ଷରୁ ଝିଲିମିଣ୍ଡା ଠାରେ ସଂଘର ସଭାପତି ଅଚ୍ୟୁତା ମେହେରଙ୍କ ନେତୃତ୍ୱରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ପ୍ରଥମେ ହନୁମାନ ମନ୍ଦିର ନିକଟରେ ଜାତୀୟ ସଙ୍ଗୀତ ଗାନ ସହ ପତାକା ଉତ୍ତୋଳନ କରାଯାଇଥିଲା।ଏହି ଅବସରରେ ଆଇ ଡି ବି ଆଇ ବ୍ୟାଙ୍କ ର ମିଳିତ ଆନୁକୂଲ୍ୟରେ କରୋନା ମହାମାରୀ ରେ ନିଜ କାମଧନ୍ଦା ବନ୍ଦ ହେବା ସହ ନିରୁପାୟ ହୋଇଅତି କଷ୍ଟରେ ଚଳୁଥିବା ଅସହାୟ ଲୋକମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇ ଥିଲା।ଏଥିରେ ସଂଘ ର ସମ୍ପାଦକ ଚୈତନ୍ୟ ମେହେରଙ୍କ ସଂଯୋଜନା କ୍ରମେ ବୁଣାକାର ସଂଘର ସମସ୍ତ ସଦସ୍ୟ ଓ ଆଇ ଡି ବି ଆଇ ବ୍ୟାଙ୍କ ର ସମସ୍ତ ଷ୍ଟାଫ ଉପସ୍ଥିତ ରହିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍...