
ସାକ୍ଷୀଗୋପାଳ--- ସତ୍ୟବାଦୀରେ ସରକାରୀ ଓ ବେସରକାରୀ ଶିକ୍ଷା, ସ୍ୱାସ୍ଥ୍ୟ, ରେଳୱ, ଅଗ୍ନିଶମ, ବକଳୁବନ, ପଞ୍ଚସଖାପୀଠ, ମନ୍ଦିର କାର୍ଯ୍ୟାଳୟ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, କ୍ଳବ ଘର ଆଦି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ କୋଭିଡ-୧୯ ଆଇନକୁ ମାନି ପାଳିତ ହୋଇଯାଇଛି । ସତ୍ୟବାଦୀ ବ୍ଳକରେ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଜାତୀୟ ପତକା ଉତ୍ତୋଳନ କରିଥିବା ବେଳେ ବିଡିଓ ସରୋଜ କୁମାର ଦତ୍ତ, ଓଏଲଏମର କର୍ମଚାରୀ . ସ୍ୱେଚ୍ଛାସେବୀ ଶଙ୍କର ପ୍ରଧାନଙ୍କ ସହିତ ବିଭିନ୍ନ ର୍କମଚାରୀ ଓ ବିଭିନ୍ନ ସରପଞ୍ଚଓ ସମିତି ସଭ୍ୟାଙ୍କ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ତହସିଲ କାର୍ଯ୍ୟାଳୟରେ ତହସିଲଦାର ପତକା ଉତ୍ତୋଳନ କରିଥିବା ବେଳେ ସତ୍ୟବାଦୀ ଥାନାରେ ଭାରପ୍ରାପ୍ତ ଅଧିକାରୀ ଦେବୀ ପ୍ରସାଦ ପାତ୍ର ପତକା ଉତ୍ତୋଳନ କରିଥିଲେ । ମନ୍ଦିର ସମ୍ମୁଖରେ ଥିବାଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମନ୍ଦିର କାର୍ଯ୍ୟନିବାହୀ ଅଧିକାରୀ ବିନୋଦ ସ୍ୱାଇଁ, ସହକାରୀ ମନ୍ଦିର କାର୍ଯ୍ୟନିବାହୀ ଅଧିକାରୀ କୈଳା ସ ଚନ୍ଦ୍ର ମିଶ୍ର, ଆଇନଜିବୀ ଅଞ୍ଜନ ହୋତା ଫୁଲମାଳ ଦେଇଥିଲେ । ସରକାରୀ ମହାବିଦ୍ୟାଳୟ, ସରକାରୀ ଉଚ୍ଚ, ସରକାରୀ ବାଳିକା , ପ୍ରାଥମିକ ବିଦ୍ୟାଳୟ ଓ ବେସରକାରୀ ବିଦ୍ୟାଳୟ ମାନଙ୍କରେ ପ୍ରଧାନଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମାନେ ପତକା ଉତ୍ତୋଳନ କରିଥିଲେ । ସେହିପରି ବିଜେପି ପକ୍ଷରୁ କାଞ୍ଜିଆ ସ୍ଥିତ କାର୍ଯ୍ୟାଳୟ ପରିସରରେ ମଣ୍ଡଳ ସଭାପତି ଉମେଶ ଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ଯୁବମୋର୍ଚ୍ଚାର ଜିଲ୍ଲା ଉପସଭାପତି ନିଶିକାନ୍ତ ପ୍ରଧାନଙ୍କ ଉପସ୍ଥିତିରେ ପତକା ଉତ୍ତୋଳନ କରାଯାଇଥିଲା । ବରାଳ ବାଲୁଙ୍କେଶ୍ୱର ଦେବ ଚାରୋଟିବୁଲ ଟ୍ରଷ୍ଟ ( ଗୋଶାଳା )ପରିସରରେ ଅନୁଷ୍ଠାନର ସଭାପତି ମହେଶ୍ୱର ପ୍ରଧାନ ପତକା ଉତ୍ତୋଳନ କରିଥିଲେ । ଅଗ୍ନିଶମ, ଜଳସେଚନ, ପୂର୍ତ୍ତବିଭାଗ, ଯୋଗ ଆଶ୍ରମ, କାଦୁଆଠାରେ ଥିବା ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ , ବିଦ୍ୟୁତ ବିଭାଗ, ଚନ୍ଦନପୋଖରି ଉପରେ ଥିବା ଷ୍ଟାର ଆଣ୍ଡ ଷ୍ଟାଇଲି କ୍ଳବ ଓ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।

ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି