ସାକ୍ଷୀଗୋପିନାଥଙ୍କୁ ଲାଗିହେଲା ପାଟସୁତା ରାକ୍ଷୀ ଓ ଗୁଆମାଳ
ସାକ୍ଷୀଗୋପାଳ------ ରାଜ୍ୟରେ କରୋନା ଯୋଗୁ ସମସ୍ତ ମନ୍ଦିର ଗୁଡିକ ଉପରେ ରୋକ ଲଗାଯାଇଛି । ମାତ୍ର ଠାକୁରଙ୍କ ପ୍ରତିଦିନ ନୀତିକାନ୍ତି କରାଯାଉଛି । ଏହି ଅବସରରେ ସାକ୍ଷୀଗୋପିନାଥଙ୍କୁ ପାରମ୍ପାରିକ ନୀତି ଅନୁଯାୟୀ ଗୁଆମାଳ ଲାଗି କରାଯାଇଛି । ପବିତ୍ର ଗହ୍ମାପର୍ବରେ ସାକ୍ଷୀଗୋପାଳ ମନ୍ଦିରରେ ସ୍ୱତନ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ସାକ୍ଷୀଗୋପାଳ ଠାକୁର ଓ ଶ୍ରୀରାଧାଙ୍କୁ ରାକ୍ଷୀ ଲାଗି କରାଯାଇଛି । ଦ୍ୱୀପହର ଧୂପ ବେଶରେ ନୂତନବସ୍ତ୍ର ଲାଗି ଗହ୍ମାମଣ୍ଡା ଭୋଗ ଉପଚାର, ଆଳତୀ ଅନୁଷ୍ଠିତ ହୋଇଥିଲା । ପାଟ ସୁତା ରାକ୍ଷୀ ଓ ଗୁଆମାଳ ରାକ୍ଷୀ ଭାବରେ ଲାଗି କରାଯାଇଥିଲା । ରାତ୍ରରେ ଚଳନ୍ତି ପ୍ରତିମା ମଦନମୋହନ ସୁ ସଜିତ ବିମାନରେ ଗହ୍ମାବେଦୀକୁ ବିଜେ କରି ସେଠାରେ ଠାକୁରଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଆଜି ହେଉଛି ଠାକୁୁରଙ୍କ ଝୁଲଣ ଶେଷ ଦିବସ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି