Breaking News

ଗ୍ରାମାଞ୍ଚଳରେ ଅନଲାଇନ ଶିକ୍ଷାର ଲଗ୍ନ ଚିତ୍ର


 ଧରାକୋଟ --- ମହାମାରୀ କରୋନା କାରଣରୁ ଚାରି ଆଡ଼େ ଲାଗିରହିଛି ଲକଡାଉନ ଓ ସଡ ଡାଉନ। ଏନେଇ ସବୁ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି। ସେଥିପାଇଁ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ାରେ କିପରି ବାଧା ନ ସୃଷ୍ଟି ହେବ, ସେଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ସରକାର। ପିଲାମାନଙ୍କୁ ପାଠ ପଢ଼ିବା ପାଇଁ କରାଯାଇଛି ଏକ ସ୍ଵତନ୍ତ୍ର ଧରଣର ବ୍ୟବସ୍ଥା।
  ସରକାରଙ୍କ ଏହି ଅନଲାଇନ ବ୍ୟବସ୍ଥାକୁ ସଫଳ କରିବା ପାଇଁ ଧରାକୋଟ ଗୋଷ୍ଠି ଶିକ୍ଷାଆଧିକାଙ୍କ କାଯ୍ୟାଳୟ ଦ୍ୱାରା ମଧ୍ୟ କରାଯାଇଛି ବିଭିନ୍ନ ବ୍ୟବସ୍ଥା। 
   ବାସ୍ତବରେ କେତେଦୂର ଏହି ଅନଲାଇନ ଶିକ୍ଷା ଗ୍ରାମାଞ୍ଚଳର ପିଲାମାନଙ୍କ ପାଖରେ ପହଞ୍ଚିଛି ତାହା କେବଳ କାଗଜ ପତ୍ର ରେ ଚାଲିଛି । କେଉଁଠାରେ ଦୂତୀୟ ଶ୍ରେଣୀରେ ପଢ଼ୁଥିବା  ଛାତ୍ରୀ ତା ମା ସହିତ ବିଲରେ ଧାନ ରୋଉଥିଲାତ,ଅନ୍ୟ କେଉଁଠାରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଏହି ଶିକ୍ଷା ବ୍ୟବସ୍ଥାରେ ନିଜକୁ ସାମିଲ କରିନପାରି ଗାଈ ଜଗୁଥିଲା। ପୁଣି କେଉଁଠାରେ ପରିବାରର ଗୁଜରଣ ମେଣ୍ଟାଇବାକୁ କୁନି ପିଲାଟିଏ ରାଖି ବିକ୍ରି କରୁଥିଲା। 
  ପିଲାମାନେ ଏହି ଅନଲାଇନ ଶିକ୍ଷା ବ୍ୟବସ୍ଥା ରେ ନିଜକୁ ଜଡିତ କରିବାକୁ ହେଲେ ଅତି କମରେ ସେମାନଙ୍କ ଘରେ ଏକ ସ୍ମାଟ ଫୋନ ସହ ଇଣ୍ଟରନେଟର ର ଆବଶ୍ୟକତା ରହିଛି ।କିନ୍ତୁ ପ୍ରାୟ ଘରେ ସ୍ମାଟ ଫୋନ ନାହିଁ,ଯଦିଓ କେତେକଙ୍କ ପାଖରେ ସ୍ମାଟ ଫୋନ ରହିଛି ସେଠାରେ ଠିକରେ ଇଣ୍ଟରନେଟ ରହୁନାହିଁ, ପୁଣି ଏହି ଲଗଡାଉନ ଯୋଗୁଁ ଜୀବିକା ହରାଇଥିବା କେତେକ ପରିବାରର ଇଣ୍ଟରନେଟ ରିଚାର୍ଜ କରିପାରୁନାହାନ୍ତି।ଅନ୍ୟ କେତେଙ୍କ ଘରେ ଫୋନ ତ ରହିଛି କିନ୍ତୁ ସେଥିରେ ଏହି ଅନଲାଇନ ଶିକ୍ଷା ସମ୍ଭବ ହେଉ ନାହିଁ।।
ଧରାକୋଟ ରୁ କାଳୁ ଚରଣ ମହାପାତ୍ର

Blog Archive

Popular Posts