Breaking News

ଗଛଟିଏ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ସହ ବୃକ୍ଷ ରୋପଣ

 

ଡେଲାଙ୍ଗ ----  ପେଷା ହେଉଛି ଆଇନଜୀବୀ, ମନ ହେଉଛି କବି ଓ ପରିବେଶ ବିତ୍ତି ।  ସମୟ ମିଳିଲେ କବିତା ନଚେତ ଡେଲାଙ୍ଗ କୁ ସବୁଜ ବଳୟ କରିବା ପାଇଁ ଚିନ୍ତା । ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ବୋଳକଣା ଗ୍ରାମର ଆଇନଜୀବୀ ହୃଷିକେଶ ପାଢ଼ୀ । ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ଠାରେ  ଆଇନଜୀବୀ ଶ୍ରୀ ପାଢ଼ୀଙ୍କ ନେତୃତ୍ୱରେ ଦାରୁ ଦିଅଁ ପାଇଁ ଗଛଟିଏ  ସ୍କୋଗାନ ଦେଇ ବୃକ୍ଷ ରୋପଣ ସହିତ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରୀଆ ଓ ସବରେଜିଷ୍ଟର ରଞ୍ଜନ କୁମାର ନାୟକଙ୍କୁ ଶ୍ରୀ ପାଢ଼ୀ ବୃକ୍ଷ ଉପହାର ଦେଇଥିଲେ । ଏହି ଅବସରରେ ଦୁଇ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷ ଚାରା ରୋପଣ କରାଯାଇଛି । ବିଶେଷ କରି ଜନସଚେତନା ପାଇଁ ଯୁବ ଆଇନଜୀବୀ ଶ୍ରୀ ପାଢ଼ୀ ୮ଟି ସ୍କୋଗନ ଦେବା ସହ ଗଛଟିଏ ପାଇଁ ଦିନ ଟିଏ ଡାକରା ଦେଇଛନ୍ତି । ଫଣି ବାତ୍ୟା ପରେ ସବୁଜ ଡେଲା୍‌ଗ ଟ୍ରଷ୍ଟ ବୋଳକଣା ନାମରେ ଏକ ଅନୁଷ୍ଠାନ ଗଢ଼ି ଶ୍ରୀ ପାଢ଼ୀ ଡେଲାଙ୍ଗରେ ଅନେକ ଗଛ ଲଗାଇ ସାରିଲେଣି । ତାଙ୍କର ମୁଖ୍ୟ ଲକ୍ଷ୍ୟ ଡେଲାଙ୍ଗ ବ୍ଳକୁ ସବୁଜ ସୁନ୍ଦର କରିବା, ଶିକ୍ଷା ଅନୁଷ୍ଠାନରେ ବୃକ୍ଷରୋପଣ ସହିତ ପରିବେଶ ସୁରକ୍ଷା ବାର୍ତ୍ତା ପ୍ରଚାର କରିବା, ପଲିଥିନି ବ୍ୟବହାର ନ କରିବା, ନଡିଆ ଜମିରେ ବୃକ୍ଷ ରୋପଣ କରିବା, ଗଛଟିଏ ଜୀବନଟିଏ ସ୍କୋଗାନ ଦେଇ ସଚେତନତା କରିବା, ରାସାୟନିକ ସାର ବଦଳରେ ଜୈବିକ ସାର ବ୍ୟବହାର କରିବା, ଅଧିକରୁ ଅଧିକ ଗଛ ଲଗାଇବା, ବିଶ୍ୱ ତାପମାତ୍ରକୁ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରିବା ସ୍କୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ରଖିଛନ୍ତି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts