ନିଜ ପିତୃୁ ପୁରୁଷଙ୍କ ସହିତ ଗୋପବନ୍ଧୁଙ୍କୁ ପୂଜା କରୁଛନ୍ତି ; ପାହାନ୍ତସିଂ
ସାକ୍ଷୀଗୋପାଳ--- ଏବେ ବି କିଛି ଲୋକ ଅଛନ୍ତି ଯେଉଁ ମାନେ ନିଜ ପିତୃ ପୁରଷଙ୍କ ସହିତ ମହାପୁରଷଙ୍କୁ ପୂଜା କରୁଛନ୍ତି । ପୁରୀ- ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ଗ୍ରାମ କୃଷି ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ରହିଛି । ଏହାର ପରିସରରେ ରହିଛି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଏକ ପ୍ରତିମୂତ୍ତି । ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ସମାଜସେବୀ ପ୍ରତାପ କୁମାର ପାହାନ୍ତାସିଂ ନିଜର ପିତୁୃ ପୁରଷ ଭାବି ପୁଣାତ୍ମାଙ୍କୁ ପୂଜା କରିଥାନ୍ତି । ଯଦିବା ସେ ମନ୍ତ୍ର ତନ୍ତ ଜାଣି ନଥିଲେ ବି ସାଧାରଣ ଭାବେ ତାଙ୍କ ପାଦ ତଳେ ପ୍ରତିଦିନ ଧୁପ, ଦିପ ଓ ଫୁଲ ଦେଇଥାନ୍ତି । କିଛି ସମୟ ସେହି ମହାପୁରଷ ବା ପିତୃ ପୁରଷଙ୍କ ଆଗରେ ହାତ ଯୋଡି ପ୍ରାର୍ଥନା କରିଥାନ୍ତି । ଏଇତ ହେଉଛି ମହାପୁରଷଙ୍କ ମାନଙ୍କ ପାଇଁ ସ୍ନେହ ଶଦ୍ଧା । ଯାହାକି ପ୍ରମାଣ କରିଛି ଆମ ହିନ୍ଦୁ ସଭ୍ୟତା । ଶନିବାର ସକାଳ ୯ ଟା ସମୟରେ ଜାତୀୟ ପତକା ଉତ୍ତୋଳନ ବିଭିନ୍ନ ସରକାରୀ ଠାରୁ ବେସରକାରୀ ସଂସ୍ଥା ,କ୍ଳବ ଓ ଅନୁଷ୍ଠାନ ମାନଙ୍କରେ ପତକା ଫର ଫର ହୋଇ ଉଡିବ । ମାତ୍ର କେତେଜଣ ଏହିପରି ପାହାନ୍ତାସିଂଙ୍କ ପରି ଦେଶ ପାଇଁ ନିଜ ଜୀବନକୁ ବଳିଦାନ କରିଥିବା ମହାପୁରଷଙ୍କୁ ପୂଜା ପାଠ କରୁଥିବେ ତାହା ଜଣାନାହିଁ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି