Breaking News

ସତ୍ୟବାଦୀରେ ୯ଜଣ କରୋନା ପଜିଟିଭ ଚିହ୍ନଟ

 ସାକ୍ଷୀଗୋପାଳ-----ରାଜ୍ୟରେ ମହାମାରି କରୋନା କମିବାର ନାଁ  ଗନ୍ଦ ଧରୁନାହିଁ । ଦିନକୁ ଦିନ ପଜିଟିଭ ସଂଖ୍ୟା ବଡିବାରେ ଲାଗିଛି । ଆଗରୁ ସଂଗରୋଧରୁ ପଜିଟିଭ ବାହାରିଥିବା ବେଳେ ଏବେ ଲୋକାଲ ପଜିଟିଭି ସଂଖ୍ୟା ବଡିବାରେ ଲାଗିଛି । ଏପରି କି ଏବେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ କରୋନା ପଜିଟିିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ପରିବାର ଲୋକ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ପଜିଟିଭ ହେବା ଜଣାପଡିଲାଣି । । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବ୍ଳକରେ ଶୁକ୍ରବାର  ଦିନ ୯ ଜଣ କରୋନା ପଜିଟିଭ  ଚିହ୍ନଟ ହୋଇଛନ୍ତି । ସାନକାଞ୍ଜିଆ ଗ୍ରାମର କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୪ଜଣ ପଜିଟିଭ ଚିହ୍ନଟ ହେଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ଥିବା ବେଳେ ୩ଜଣ ପୁରୁଷ ଅଛନ୍ତି । ସେହିପିର ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର  ସଦାନନ୍ଦପୁର ଗ୍ରାମର କରୋନା ଆକ୍ରନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଦୁଇବର୍ଷର ବାଳିକା ରହିଛି । ଜୟପୁର ଗ୍ରାମ ପଞ୍ଚାୟତର ମହାମାୟା ସାହିର ଜଣେ ଗର୍ଭବତୀ ମହିଳା କରୋନା ଆକ୍ରାନ୍ତ ହୋଇଥିବା ବେଳେ ପରଜାପଡା ଗ୍ରାମରେ ଜଣେ ପୁରୁଷ ଲୋକାଲ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ସତ୍ୟବାଦୀ ବ୍ଳକ ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ଜଣେ ମହୁରା ଗ୍ରାମ ପଞ୍ଚାୟତର ହୋଇଥିବା ଜଣାପଡିଛି । ପରଜାପଡା ଗ୍ରାମକୁ ସ୍ଥାନୀୟ ସରପଞ୍ଚ ସଟଡାଉନ ଘୋଷଣା କରିବା ସହ ପ୍ରବେଶପଥ ସିଲ କରିଥିବା ଜଣାପଡିଛି । ଅନ୍ୟ ପକ୍ଷେ ସାନ କାଞ୍ଜିଆ ଗ୍ରାମରେ କରୋନା ମାଡି ଯିବା ସହ ସାକ୍ଷୀଗୋପାଳ ବଜାର ଓ ବିଭିନ୍ନ ଗ୍ରାମକୁ ମହାମାରି କରୋନା ବ୍ୟାପିବାର ଆଶଙ୍କାକୁ କେହି ଏଡାଇ ପାରିବେନି ବୋଲି ଜଣେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ କହନ୍ତି । ସାନକାଞ୍ଜିଆ ଗ୍ରାମବାସୀ ମାନେ କୋଭିଡ-୧୯ ଆଇନକୁ ନ ମାନି ସଟଡାଉନ ସମୟରେ ବଜାର ଆସି ଦେକାନ ବଜାର କରିବା ସହ ବିଭିନ୍ନ ଲୋକମାନଙ୍କ ସହ ମିଳାମିଶା କରିଛନ୍ତି । ଏବେ ଏମାନେ କୋଭିଡ ସୁପର ସ୍ପୋଡ ବୋଲି ଜଣାପଡଇଛି । ସତ୍ୟବାଦୀ ପ୍ରଶାସନ ଏବେ ଠାରୁ ସଜାଗ ନ ହେଲେ ଆଗାମୀ ଦିନରେ ସତ୍ୟବାଦୀରେ କୋଭିଡ ସଂକ୍ରମଣଙ୍କ ସଂଖ୍ୟା ବଡିବାରେ ଲାଗିବ ବୋଲି ବୁଦ୍ଧଜିବୀ ମାନେ କହନ୍ତି ।    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts