ଜଟଣୀରୁ ୫ ଟି ବେଆଇନ ମୋରମ ବୋଝେଇ ହାଇୱା ଜବତ
ଜଟଣୀ -ସ୍ତାନୀୟ ଅଳୁଗୁଳ ଜଟଣୀ ମୁଖ୍ୟ ରାସ୍ତାରୁ ବେଆଇନ ମୋରମ ଚାଲାଣ ବେଳେ ୫ ଟି ହାଇୱାକୁ ଜଟଣୀ ପୋଲିସ ଗାଡ଼ିଗୁଡ଼ିକୁ ଅଟକ ରଖି କାଗଜ ପତ୍ର ଯାଞ୍ଚ କରିଥିଲେ । ପରେ ତହସିଲଦାରଙ୍କୁ ଗାଡି ଗୁଡିକ ହସ୍ତାନ୍ତର କରିଥିଲେ । ସୂଚନା ଯୋଗ୍ୟ ଶନିବାର ଇଦପର୍ବ, ରବିବାର ଏବଂ ସୋମବାର ରାଖୀ ପୂର୍ଣ୍ଣମୀ ଛୁଟି ଥିବାରୁ ଆସନ୍ତା ମଙ୍ଗଳବାର ଦିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ । ଜଟଣୀ ରୁ ରଙ୍ଗନାଥ ବେହେରା