ଜାତୀୟ ରାଜପଥରେ ଟ୍ରକ ଲୁଟ ଘଟଣାରେ ତିନି ଗିରଫ
ଖୋର୍ଦ୍ଧା---- ୧୬ନମ୍ବର ଜାତୀୟ ରାଜପଥ ରାମେଶ୍ୱର ଛକ ନିକଟରୁ ଏକ କୁରୁକୁରୀ ବୋଝେଇ ଟ୍ରକକୁ ୨୨ତାରିଖରେ ଲୁଟେରା ମାନେ ବଳପୂର୍ବକ ଲୁଟକରି ନେଇ ପଳାଇ ଯାଇଥିଲେ। ଲୁଟେରା ମାନେ ଏକ ବୋଲେରୋ ଗାଡିରେ ଆସି ଡ୍ରାଇଭର ଓ ହେଲଫରକୁ କାବୁକରି ଟ୍ରକକୁ ନେଇ ପଳାଇଥିଲେ ନୟାଗଡ଼ ପାଖ ଏକ ଜଂଗଲରେ ଡ୍ରାଇଭର ଓ ହେଲଫରକୁ ଛାଡିଦେଇଥିଲେ।ଟ୍ରକ ଡ୍ରାଇଭର ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କଲାପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା।ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ତିନି ଜଣ ଲୁଟେରା କୁ ଜଗତପୁରରୁ ଗିରଫ କରି ଡକାୟତି ଘଟଣାରେ ବ୍ୟବହୃତ ବୋଲେରୋ କୁ ଜବତ କରିବାରେ ସଫଳ ହୋଇଛି।ଡକାୟତ ମାନେ ଟ୍ରକରୁ କୁରୁକୁରୀ ଗୁଡିକ ଜଗତପୁରରେ ବିକ୍ରୀ କରି ଟ୍ରକଟିକୁ ଜଟଣୀ ଥାନା ଗଗଂପଡା ଟୁଲଗେଟ ନିକଟରେ ଥୋଇ ପଳାଇଥିଲେ।ଗିରଫ ଡକାୟତ ମାନେ ହେଲେ କଟକ ଲକ୍ଷ୍ମୀ ନାରାୟଣପୁରର ନନ୍ଦ ସାହୁ,ମାନସ ରଂଜନ ଗିରି ଓ ସୁରେନ୍ଦ୍ର ଦାଶ।ସମସ୍ତ ଡକାୟତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।
ଖୋର୍ଦ୍ଧା ରୁ ପ୍ରଭାତ କୁମାର ମିଶ୍ର